5T ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ

ଯାଜପୁର ଜିଲ୍ଲା ବ୍ରହ୍ମବରଦା ବ୍ୟାଙ୍କ ଛକରେ କଂଗ୍ରେସ କଳା ପୋଷାକ ପିନ୍ଧି ନାରାବାଜି ସହ ଶୋଭାଯାତ୍ରା କରିଛି।

ଖଣ୍ଡାସ ଛକରେ ନାରାବାଜି ସହ ବିଜେପି ବିରୋଧ ପ୍ରଦର୍ଶନ କରିଛି।

ବିଧାୟକଙ୍କ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ

ତାଳଚେର ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରେ ବୋମା ପଡ଼ିଥିବା ଦେଖିବାକୁ ମିଳିଛି।

ଏହା କେଉଁଠୁ ଆସିଲା ଓ କିଏ ରଖିଥିଲା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ପହଞ୍ଚି କୋଲିୟରୀ ପୁଲିସ ଛାନଭିନ୍ କରୁଛି।

ସମୁଦ୍ର ମଝିରେ ବୋଟ୍‌ରେ ଚଢ଼ିଗଲା ସନ୍ଦିଗ୍ଧ ଯୁବକ

ଚିଲିକା ମୁହାଣରୁ ୭୧ ମାଇଲ୍‌ ଦୂରରେ ଏକ ସନ୍ଦିଗ୍ଧ ଯୁବକ ବୋଟ୍‌ରେ ଚଢ଼ିଯାଇଥିଲା।

ସନ୍ଦିଗ୍ଧ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ ଅଛି। ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍‌ କର୍ମଚାରୀ।

ବିଧାୟକଙ୍କ ଦ୍ଵାରା ଭତ୍ତା ବଣ୍ଟନ

କାଇମାଟି ଗ୍ରାମପଞ୍ଚାୟତ ଠାରେ ବିଧାୟକ ସୁଧୀର କୁମାର ସାମଲ, ବ୍ଲକ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଏବଂ ସରପଞ୍ଚ ଅମିତ ଜ୍ୟୋତି ସ୍ୱାଇଁଙ୍କ ଉପସ୍ଥିତରେ ସ୍ଥାନୀୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି।

ବୈତରଣୀ ନଦୀରୁ ବିବାହିତ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠାଘର କୁଦୁରୁ ସାହି ନିକଟ ବୈତରଣୀ ନଦୀ ମଝିରେ ଥିବା ଏକ ପଥର ରେ ଲାଗିଥିବା ଜଣେ ୪୨ ବର୍ଷୀୟବିବାହିତ ଯୁବକ ଙ୍କ ଗଳିତ ମୃତ ଦେହଗୁରୁବାର ଅପରାହ୍ନ ଉଦ୍ଧାର ହୋଇଛି।

ମୃତକ ଜଣକ ହେଉଛନ୍ତି ପାଟଣା ବ୍ଲକ ମିରିଖୋଜି ପଞ୍ଚାୟତ ମିରିଖୋଜି ଗ୍ରାମ ମାଟିଖଣି ସାହି ର ମଙ୍ଗଳୁ କମାର ଙ୍କ ପୂଅ ସତ୍ୟ ବାନ କମାର। ଖବର ପାଇ ଘଟଣା ସ୍ଥଳ ରେ ପାଟଣା ଅଗ୍ନିଶମ ବାହିନୀ ଓ ଘଟଗାଁ ପୋଲିସ ପହଁଚି ଶବ ଉଦ୍ଧାର କରିବା ପରେ ମାଟି ଖଣି ଗ୍ରାମରୁ ଲୋକ ଓ ସତ୍ୟବାନ ଙ୍କ ଭାଇ ଆସିଶବ ଚିହ୍ନଟ କରିଛନ୍ତି।

ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସୋନପୁରକୁ ୮ପଦକ

ଦୁଇଦିନିଆ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉସୁ ପ୍ରତିଯୋଗିତlରେ ଚଳିତ ମାସ ତା:୨୮/୦୮/୨୦୨୩ରିଖ ଠାରୁ ତ:୨୯/୦୮/୨୦୨୩ରିଖ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଟି. ଅର୍. ଏଲ୍ କ୍ରୋଷକି କମ୍ପାନୀ ଜୁବୁଲି ହଲ୍ ଠାରେ ଖେଲୋ ଇଣ୍ଡିଆ ଊଷୁ ମହିଳା ଲିଗ୍ ଖେଳ ଆରମ୍ଭ ହୋଇଥିଲା|

ଏଥିରେ ୧୮ଜିଲ୍ଳା ରୁ ସର୍ବମୋଟ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ|। ସୋନପୁର ଜିଲ୍ଲା ରୁ ୮ଜଣ ଖେଳାଳୀ ଏବଂ ଜଣେ ଅଫିସିଆଲ୍ ଯୋଗଦାନ ଦେଇଥିଲେ|

ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକଙ୍କ ସ୍ମୃତିରେ ସଭା

ବିଶିଷ୍ଟ ଗବେଷକ, ସାହିତ୍ୟିକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକଙ୍କ ସ୍ମୃତି ରେ ଆଜି କାଲି ଗ୍ରାମରେ ଏକାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବହୁ ସାହିତ୍ୟିକ, ଗବେଷକ, ତାଙ୍କୁ ଭଲ ପାଉଥିବା ବ୍ୟକ୍ତିଗଣ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପୁଷ୍ପାଞ୍ଜଳି ଦେଇ ଆମର ଆତ୍ମାର ସଦଗଟି କାମନା କରିଥିଲେ।

ଏହି ଅବସରରେ ତାଙ୍କୁ ମାନେ ପକାଇ ତାଙ୍କର ମହାନ କମକାର୍ୟ୍ଯ ଓ ଅନୁଭୂତି ପରିବ୍ୟକ୍ତ କରିଥିଲେ।

Nuakhai wishes