ବିଜୁ ବାବୁଙ୍କ ତିରୋଧାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ଉଦଘାଟନ କରିଥିଲେ ।

କେନ୍ଦୁଝର ଜିଲ୍ଲା ଅମଲା ମିଳିତ ମଞ୍ଚ ଗଠିତ

ସମସ୍ତ କର୍ମଚାରୀ ଙ୍କୁ କିପରି ୪୨୦୦ ଗ୍ରେଡପେ ମିଳିବ ସେ ନେଇ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଓଡ଼ିଶା ରାଜସ୍ବ ଅମଲା ସଂଘ, ଓଡ଼ିଶା ଅମଲା ସଂଘ, ଟ୍ରେଜେରି ସଂଘ ଓ ସବ ରେଜିଷ୍ତ୍ରାର ସଂଘ କାର୍ଯ୍ୟକର୍ତ୍ତା ଓ ସଭ୍ୟା ସଭ୍ୟ ଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଦରବାର ହଲ ଠାରେ କାମିନିକାନ୍ତ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏ ନେଇ କେନ୍ଦୁଝର ଜିଲ୍ଲା ଅମଲା ମିଳିତ ମଞ୍ଚ ଗଠନ କରାଯାଇ ସର୍ବସମ୍ମତି କ୍ରମେ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ଏହି ମଞ୍ଚ କର୍ମଚାରୀ ଙ୍କ ଦାବି କୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଆସନ୍ତା ୨୧ ତାରିଖ ରେ ଉପସ୍ଥାପନ କରିବେ।

ଆସନ୍ତାକାଲି ଠାରୁ ସକାଳ 7 ରୁ 10 ଅଙ୍ଗନବାଡିରେ ପାଠ ପଢା

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ଆସନ୍ତାକାଲି ଠାରୁ ଖୋଲିବ ଏବଂ ସକାଳ 7 ଟାରୁ ପୂର୍ବାହ୍ନ 10 ପର୍ଯ୍ୟନ୍ତ ପାଠ ପଢା ହେବ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି l

ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି।

ପାରିବାରିକ ବିବାଦରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକ ଉତ୍ତର ପ୍ରଦେଶର ନିତିକା ତିୱାରୀ, ସେ ପିଏଚ୍‌ଡି ଛାତ୍ରୀ ଥିଲେ।

ସମ୍ବଲପୁରରେ ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି: ଡିଜିପି

ସମ୍ବଲପୁରରେ ସ୍ଥିତି ସମୀକ୍ଷା ପରେ ଡିଜିପି ସୁନୀଲ ବଂଶଲ କହିଛନ୍ତି, ୧୪ ତାରିଖ ଅପ୍ରିତିକର ଘଟଣା ପରଠାରୁ କର୍ଫ୍ୟୁ ବଳବତ୍ତର ରହିଛି, କାଲିଠୁ ଆଜି ଅଧିକ ସମୟ କଟକଣା କୋହଳ ହୋଇଥିଲା, ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି, ମୁଁ ଆଶା କରୁଛି ନର୍ମାଲ ହୋଇଯିବ।

ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସିଲେ ଦିନେ ଦୁଇଦିନରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଉଠିବ, ଆଜି ରବିବାର ପରୀକ୍ଷା ପାଇଁ କଟକଣା ଅଧିକ କୋହଳ କରାଯାଇଛି, ଯେଉଁ ଲୋକ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି,‌ ଅନେକ ଲୋକଙ୍କୁ ଗଣ୍ଡଗୋଳରେ ସମ୍ପୃକ୍ତି ପାଇଁ ଗିରଫ କରାଯାଇଛି ବୋଲି ଡିଜିପି କହିଛନ୍ତି।

ଲଛିପୁର ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l

ଏଥିରେ ଦେବଦାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ପାଇଁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ l ମୁଖ୍ୟ ବକ୍ତା ଭାବରେ ସୁଦାମ ମିଶ୍ର ଓ ସଂମ୍ମାନିତ ଅତିଥି ଭାବରେ ମେଘନାଥ ସାହୁ, ବାସୁଦେବ ସାହୁ, ଜ୍ୟୋତି ରଞ୍ଜନ ନୁଆଇଁ, ଅଭିମନ୍ୟୁ ମହାପାତ୍ର ଉପସ୍ଥିତ ଥିଲେ l ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ଥିଲେ l

ସୀମା ବିବାଦକୁ ନେଇ ଉତ୍ତେଜନା, ୪୮ ଘଣ୍ଟିଆ ୧୪୪ ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ନିକଟ ୨୦୦ ମିଟର ଅଞ୍ଚଳରେ ୧୪୪ ଜାରି ରହିଛି।

ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୪୪ ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ।ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ ପର୍ଯ୍ୟନ୍ତ ୧୪୪ ବଳବତ୍ତର ରହିବ। ସୀମା ବିବାଦରୁ ଦୋକାନ ପୋଡ଼ି ଘଟଣା ପରେ ପଦକ୍ଷେପ ନିଆଯାଇଛି।

Nuakhai wishes