ସୀମା ବିବାଦକୁ ନେଇ ଉତ୍ତେଜନା, ୪୮ ଘଣ୍ଟିଆ ୧୪୪ ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ନିକଟ ୨୦୦ ମିଟର ଅଞ୍ଚଳରେ ୧୪୪ ଜାରି ରହିଛି।

ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୪୪ ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ।ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ ପର୍ଯ୍ୟନ୍ତ ୧୪୪ ବଳବତ୍ତର ରହିବ। ସୀମା ବିବାଦରୁ ଦୋକାନ ପୋଡ଼ି ଘଟଣା ପରେ ପଦକ୍ଷେପ ନିଆଯାଇଛି।

ପିଏମ୍ ଆବାସ ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ

ପିଏମ୍ ଆବାସ ବଣ୍ଟନ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ କହିଛନ୍ତି, ଯୋଜନାରେ ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି, ଏବେବି ୯ ଲକ୍ଷ ଘର ଅଧୁରା ପଡ଼ିଛି, ନୂଆ ଘର ଦିଆଯାଉନି।

ଜନତା ପଚାରିବେ ମୋଦି ଘର ଦେଲେ, କିନ୍ତୁ ରାଜ୍ୟ କାହିଁକି ଦେଉନି, ମନରେଗାରେ ୟୁପିଏ ବେଳେ ୬୭୦୦ କୋଟି ମିଳିଥିଲା, ଆମେ ୨୭ ହଜାର କୋଟି ଦେଇଛୁ, କିନ୍ତୁ ସବୁ ଲୁଟ୍‌ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସ୍ତ୍ରୀ ସହ ମିଶି ନିଜ ମା’କୁ ମାରିଲା ପୁଅ

କନ୍ଧମାଳ ଜିଲ୍ଲା କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ପୁଅବୋହୂ ମାରିଥିବା ଅଭିଯୋଗ ହୋଇଛି।

ହତ୍ୟା ଅଭିଯୋଗରେ ପୁଅ ସହ ଜଣେ ଯୁବକ ଅଟକ ରଖିଛି ପୁଲିସ।

ଟ୍ରେନ ଧକ୍କାରେ ଯୁବକ ମୃତ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟସ୍ଥ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକ ଯୁବକ ଜଣଙ୍କ ହେଲେ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡଙ୍କ ପୁଅ ନରହରି ମହାକୁଡ (୨୨) ବୋଲି ଜଣାପଡିଛି। ପ୍ରକାଶ ଯେ ନରହରି ଗତକାଲି ସିଲିସୁଆଁରେ ଚାଲିଥିବ‍ା ବାଦୀପାଦୀ ପାଲାକୁ ଦେଖିବାକୁ ଆସିଥିଲେ। ଆଜି ସକାଳୁ ତାଙ୍କର ମୃତଶବ କ୍ଷତବିକ୍ଷତ ଅବସ୍ଥାରେ ରେଳଧାରଣାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

କମଳପୁର ଠାରେ ଶାଢୀ ଓ ଗାମୁଛା ବଣ୍ଟନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମଳପୁର ହରିଜନ ବସ୍ତି ଠାରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଦ୍ଵାରା ୮୦ ଖଣ୍ଡ ଶାଢ଼ୀ ଓ ୩୦ ଖଣ୍ଡ ଗାମୁଛା ବଣ୍ଟନ କରାଯାଇଥିଲା ।

ସମ୍ବଲପୁରରେ ୧୨ ତାରିଖ ପଥରମାଡ଼ ଘଟଣାରେ ୨୬ ଗିରଫ, ପ୍ରାୟ ଶହେ ଚିହ୍ନଟ: ଏସ୍‌ପି

ସମ୍ବଲପୁର ହିଂସା ଘଟଣାକୁ ନେଇ ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।

୧୪ ତାରିଖ ଶୋଭାଯାତ୍ରା ବେଳେ ହିଂସା ଘଟଣାରେ ୫୩ ଗିରଫ ହୋଇଛନ୍ତି। ପ୍ରଥମେ ୨୩ ଓ ଗତକାଲି ୩୦ ଜଣ ଗିରଫ ହୋଇଛନ୍ତି, ଘଟଣାଟି ପୂର୍ବ ଯୋଜନା ଭଳି ଲାଗୁଛି, ଆଗକୁ ଗିରଫଦାରୀ ବଢ଼ିବ ବୋଲି ଏସ୍‌ପି କହିଛନ୍ତି।

Nuakhai wishes