କେନ୍ଦୁଝର ଜିଲ୍ଲା ଅମଲା ମିଳିତ ମଞ୍ଚ ଗଠିତ

ସମସ୍ତ କର୍ମଚାରୀ ଙ୍କୁ କିପରି ୪୨୦୦ ଗ୍ରେଡପେ ମିଳିବ ସେ ନେଇ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଓଡ଼ିଶା ରାଜସ୍ବ ଅମଲା ସଂଘ, ଓଡ଼ିଶା ଅମଲା ସଂଘ, ଟ୍ରେଜେରି ସଂଘ ଓ ସବ ରେଜିଷ୍ତ୍ରାର ସଂଘ କାର୍ଯ୍ୟକର୍ତ୍ତା ଓ ସଭ୍ୟା ସଭ୍ୟ ଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଦରବାର ହଲ ଠାରେ କାମିନିକାନ୍ତ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏ ନେଇ କେନ୍ଦୁଝର ଜିଲ୍ଲା ଅମଲା ମିଳିତ ମଞ୍ଚ ଗଠନ କରାଯାଇ ସର୍ବସମ୍ମତି କ୍ରମେ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ଏହି ମଞ୍ଚ କର୍ମଚାରୀ ଙ୍କ ଦାବି କୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଆସନ୍ତା ୨୧ ତାରିଖ ରେ ଉପସ୍ଥାପନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes