ବିଶ୍ୱ ତମାଖୁ ବର୍ଜନ ଦିବସକୁ ଆଜି ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଡି.ପି.ଏଚ୍.ଓ. ଡା ଭାରତୀ ଜେ ରାଉତ, ଏ.ଡି.ପି.ଏଚ୍.ଓ. ସୁମିତ୍ରା ଦେ, ଏପିଡେମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା, ପୋଲିସ୍ ଇନିସ୍ପେକ୍ଟର ମୋନାଲିସା କର, ଡି.ପି.ଏମ୍. ସରିତା ମହାପାତ୍ର, ଡି.ଏମ୍.ଆର.ସି.ଏଚ୍. ଜିତେନ୍ଦ୍ର ବିଶ୍ୱାଳ, ଅଣ ସଂକ୍ରାମକ ରୋଗ ସହକାରୀ ପରିଚାଳକ ଦୀପକ କୁମାର ରାଉତ ଏନ୍.ଏସ୍.ଏସ୍.ର ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ବୈର ଗଞ୍ଜନ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।