ମାଆକୁ ହରେଇ ଥିବା ୯ ମାସର ଶିଶୁକୁ ଜିଲ୍ଲାପାଳଙ୍କ ସହାୟତା

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର ନାମକ ଜଣେ ବ୍ୟକ୍ତି ମାତ୍ର ୧୫ ଦିନ ତଳେ ନିଜ ମାଆକୁ ହରେଇ ଥିବା ୯ ମାସର ଶିଶୁକୁ ଧରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସି ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସଙ୍କୁ ଭେଟି ନିଜ ଅସହାୟତା କଥା କହିଥିଲେ । ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗରେ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଶିଶୁ ଖାଦ୍ୟ ନିମନ୍ତେ ନାନ ପ୍ରୋ ଏବଂ ୬ ଗୋଟି ଶିଶୁ କ୍ଷୀର ସହ କ୍ଷୀର ବୋତଲ ମଧ୍ୟ ପ୍ରଦାନ କରିବା ସହ ଶିଶୁକୁ ଘରେ ପ୍ରସ୍ତୁତ ଖାଦ୍ୟ ଦେବାକୁ ପରାମର୍ଶ ଦେଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes