ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ ଯୁବକ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ରାସ୍ତା ଉପରୁ ଗୋଟିଏ ଓ ତଳୁ ଆଉ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି।ରାତିରେ ପାରାଦୀପରୁ ବାଲିଯାତ୍ରା ଦେଖି ଫେରିବା ବେଳେ ଅଘଟଣ ଘଟିଛି। ମୃତକ କରଞ୍ଜ ଗ୍ରାମର ଚତୁର୍ଭୁଜ ଦାଶ ଓ ମହେନ୍ଦ୍ର ଶତପଥୀ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes