ଦୁଇ ଦିନ ତଳେ ତିଲେଇବଣି ବ୍ଲକ ବିଡ଼ିଓଙ୍କୁ ମାଡ଼ ମାରିବା ନେଇ ହୋଇଥିବା ଏକ ମାମଲାରେ ପୁଲିସ ଆଜି ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ଏବଂ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ଭୁବନେଶ୍ୱରରୁ ଦେବଗଡ଼ ଆଣିଛି l
ସେମାନଙ୍କ ଗିରଫ ନେଇ ବରିଷ୍ଠ ଅଧିକାରୀ ସୂଚନା ଦେଉ ନଥିଲେ ମଧ୍ୟ ତାଙ୍କର ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଚେକ ଅପ କରାଯାଉଥିବାରୁ ଗିରଫ ନିଶ୍ଚିତ ବୋଲି କୁହାଯାଇଛି l