ବ୍ୟାଙ୍କ ସମ୍ମୁଖରୁ ବ୍ୟାଗ ସହ ଝାମ୍ପି ନେଲେ ୩ ଲକ୍ଷ ୬୦ ହଜାର

ରାଉରକେଲା ସିଭିଲ ଟାଉନ ସିପିରେ ଜଣେ ବ୍ୟକ୍ତି ଆଇସିଆଇସି ବ୍ୟାଙ୍କରୁ ୩ଲକ୍ଷ ୬୦ହଜାର ଟଙ୍କା ଉଠାଇ ଆଣିବା ପରେ ଟଙ୍କା ବ୍ୟାଗ ବାଇକରେ ରଖି ପୁଡ଼ିଆ ଖାଇଲା ବେଳେ ୨ ଲୁଟେରା ବାଇକରେ ଆସି ଝାମ୍ପି ନେଇଛନ୍ତି।

ଏ ନେଇ ରଘୁନାଥପାଲୀ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇଛି।

କୋଏଲ ନଦୀରୁ ଆଉ ଜଣେ ନାବାଳକର ମୃତ ଦେହ ଉଦ୍ଧାର

ଗତକାଲି କୋଏଲ ନଦୀରେ ଚାରି ଜଣ ନାବାଳକ ଗାଧୋଇବା ବେଳେ ବୁଡ଼ିଯାଇଥିଲେ l ପରେ ଅଗ୍ନିଶମ ବାହିନୀ ନଦୀ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା l
ଆଜି ସକାଳେ ଚତୁର୍ଥ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି l

କୋଏଲ ନଦୀରେ ବୁଡିଯାଇ 2 ମୃତ, 2 ନିଖୋଜ

ରାଉରକେଲା କୋଏଲ ନଦୀର ଝିରିପାଣି ପମ୍ପ ହାଉସ ନିକଟରେ ଆଜି ଅପରାହ୍ନରେ ଚାରିଜଣ ନାବାଳକ ବୁଡି ଯାଇଥିଲେ l ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଦୁଇ ଜଣଙ୍କୁ ଅଗ୍ନିଶମ ବାହିନୀ ଖୋଜୁଛି l

ଡି.ଆର.ଡି.ଏକୁ ଯାନ ଯୋଗାଣ ସକାଶେ ଟେଣ୍ତର

ସୁନ୍ଦରଗଡ ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ଯାଳୟକୁ ଗୋଟିଏ ଡିଜେଲ ଚାଳିତ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁଲାଇ ୧୯ ଯାଏ ବିଡ ଆବେଦନ କରିପାରିବେ।

ଫାଇଭର ନେଟଯୁକ୍ତ ଆଇରନ୍ ଗବିଅନ ଯୋଗାଣ ଓ ସଂଯୋଗକୁ ନେଇ ଟେଣ୍ତର

ସୁନ୍ଦରଗଡ ଜିଲ୍ଲା ରାଉରକେଲା ବନଖଣ୍ତ ଅଧୀକାରୀଙ୍କ କାର୍ଯ୍ଯାଳୟ ତରଫରୁ ଫାଇଭର ନେଟଯୁକ୍ତ ତିନି ହଜାର ଆଇରନ୍ ଗବିଅନ ଯୋଗାଣ ଓ ସଂଯୋଗକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୧୬ ଯାଏ ବିଡ ଆବେଦନ କରିପାରିବେ।

Nuakhai wishes