ଉପଯୁକ୍ତ ତଦନ୍ତ କରିବା ପାଇଁ ଅନୁରୋଧ

ନବରଙ୍ଗପୁର ଜିଲ୍ଲା ତାରାଗାଁର ଶ୍ରୀମତୀ ଲତା ମଞ୍ଜରୀ ନାୟକ ଅନାବାଦୀ ଜମିଜମା ବିବାଦକୁ ନେଇ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବା କଥା ସେ କହିଛନ୍ତି ।

ତେଣୁ ଏହି ବିବାଦର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଗଛରେ ପିଟିହେଲା ପିକଅପ୍‌ ଭ୍ୟାନ୍; ୧୦ରୁ ଊର୍ଦ୍ଧ୍ବ ମହିଳା ଆହତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଶୀତଳ ଷଷ୍ଠୀ ପାଇଁ ବିଶମପୁରିଆସାହି, କଚିଆସାହିର ମହିଳା ଶିବ ମନ୍ଦିରକୁ ଗଲା ବେଳେ ଦୁର୍ଘଟଣା ଘଟିଥିଲା।

ନବରଙ୍ଗପୁର ସୀମା ଛତିଶଗଡ଼ ଗରିଆବନ୍ଧରେ ଗୁଳି ବିନିମୟ

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି।

ମୃତ ନକ୍ସଲ ମେନପୁର ଓ ନୂଆପଡ଼ା ଡିଭିଜନର ଏସିଏମ୍‌ କ୍ୟାଡର।

୨ଗଞ୍ଜେଇ ମାଫିଆଙ୍କ ଘର ସିଲ୍‌ କଲା ପୁଲିସ

ଗଞ୍ଜେଇ ମାଫିଆ ଦୀନେଶ ବିଶ୍ୱାସ ଏବଂ ଦୀନେଶ ଭଦ୍ରାଙ୍କ ଘର ସିଲ୍‌ କରିଛି ନବରଙ୍ଗପୁର ପୁଲିସ।

୪୧.୪୧ଲକ୍ଷ ଟଙ୍କା ମୂଲ୍ୟର ୨ଟିଘର ସିଲ୍‌ ହୋଇଛି। ଉମରକୋଟ ଥାନା ଚିକଲପଦରର ଦୀନେଶ କୋଠା ସିଲ୍‌ ହୋଇଥିବା ବେଳେ ବୁର୍ଜା ଗାଁରେ ଥିବା ଦୀନେଶଙ୍କ ଘର ମଧ୍ୟ ସିଲ୍‌ କରାଗଲା।

ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି: ଏସପି

ନକ୍ସଲ ଶିବିରରୁ ବିପୁଳ ପରିମାଣର ଗର୍ଭନିରୋଧକ ଓ ବହୁ ଆପତ୍ତିଜନକ ଜିନିଷ ମିଳିଛି, ଏଥିରୁ ଜଣାପଡୁଛି ନକ୍ସଲମାନେ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀ କହିଛନ୍ତି।

ଗୋଡ଼ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ବେହେରାଗୁଡ଼ା ମଣ୍ଡେଇ ପଡ଼ିଆ ସାମ୍ନା ଗଛରୁ ମୃତଦେହ ଉଦ୍ଧାର ହୋଇଛି।

ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ କେହି ମାରି ଦେଇ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି।

ପେନସନ ଆଣିବା ପାଇଁ ତାତିରେ ଚାଲିଲେ ବୃଦ୍ଧା, ଉଦବେଗ ପ୍ରକାଶ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ୭୦ ବର୍ଷୀୟ ସୂର୍ଯ୍ୟ ହରିଜନ ପେନସନ ଆଣିବା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ଖାଲିପାଦରେ ଚାଲି ଚାଲି ଯାଇଥିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।

ବ୍ୟାଙ୍କ କର୍ତ୍ତୃପକ୍ଷ ଉତ୍ତର ରଖି କହିଛନ୍ତି, ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା । ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ବ୍ରାଞ୍ଚକୁ ଆସିଥିଲେ । ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

ଧୋଡ୍ରା ବଡଭରଣ୍ଡୀ ମଝିରେ ଟ୍ରାକ୍ଟର ଅଟୋ ବାଇକ ଧକ୍କାରେଜଣେ ମୃତ

ଆଜି ଧୋଡ୍ରା ବଡ ଭରଣ୍ଡୀ ମଝିରେ ଅଟୋ ବାଇକକୁ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ସେହିଠାରେ ହିଁ ମୃତୁ ଘଟିଛି।

ନବରଙ୍ଗପୁର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଆସନ୍ତା ୩ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦କିମି ବେଗରେ ବହିବ ପବନ।

Nuakhai wishes