ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାରେ ତଦନ୍ତ ଆରମ୍ଭ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସିଡିପିଓ କାର୍ଯ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଦନ୍ତ କରୁଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାରେ ତଦନ୍ତ ଆରମ୍ଭ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସିଡିପିଓ କାର୍ଯ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଦନ୍ତ କରୁଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ୩ ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସିନୀ ଛକରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଥିବାବେଳେ ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି। ଜଗଦଲପୁରରୁ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ।

ପ୍ରଶାନ୍ତ ରାଉତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ

ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ ଘଟଣାରେ ତାଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ।

୫ ଦିନ ଧରି ଭିଜିଲାନ୍ସ ମୁଖ୍ୟାଳୟରେ ଜେରା ହେବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପରେ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର।

ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ଗିରଫ ହୋଇଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

୨ ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସଂପତ୍ତି ମିଳିଥିଲା। ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ।

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଏ ନେଇ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନ ସୂଚନା ଦେଇଛନ୍ତି।ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଛି। ୩ କୋଟିରୁ ଅଧିକ ଟଙ୍କା, ଭୁବନେଶ୍ବରରେ ଘର, ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଛି। ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ପୁଳା ପୁଳା ଟଙ୍କା

ନବରଙ୍ଗପୁର ସରକାରୀ ଘର ଆଲମାରୀ ଭାଙ୍ଗି ନଗଦ ୧୨ ଲକ୍ଷ ୪୮ ହଜାର ୮୦୦ ଟଙ୍କା କାଢ଼ିଛି ଭିଜିଲାନ୍ସ।

ସକାଳେ ସରକାରୀ ଘରୁ ପ୍ରାୟ ୭୭ ଲକ୍ଷ ଟଙ୍କା ମିଳିଥିଲା। ଏଯାବତ ମୋଟ ୩ କୋଟି ୧୪ ଲକ୍ଷ ଟଙ୍କା ପାଇଲାଣି ଭିଜିଲାନ୍ସ।‌ଭୁବନେଶ୍ୱର କାନନବିହାର ଘରୁ ମିଳିଥିଲା ୨ କୋଟି ୨୫ ଲକ୍ଷ ଏବଂ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ।

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ୩ କୋଟି ୨ ଲକ୍ଷ ନଗଦ ଟଙ୍କା ପାଇଛି ଭିଜିଲାନ୍ସ (ଅପଡେଟ)

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ଏଯାବତ ମୋଟ ୩ କୋଟି ୨ ଲକ୍ଷ ନଗଦ ଟଙ୍କା ପାଇଛି ଭିଜିଲାନ୍ସ।

ଭୁବନେଶ୍ବର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ, ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଏବଂ ନବରଙ୍ଗପୁର ସରକାରୀ ଘରୁ ପ୍ରାୟ ୭୭ ଲକ୍ଷ ନଗଦ ଟଙ୍କା ପାଇଛି ଭିଜିଲାନ୍ସ।

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବର କାନନବିହାର ପଡ଼ୋଶୀ ଘର ଛାତରୁ ୬ଟି ପେଟି ଏବଂ ନବରଙ୍ଗପୁର ସରକାରୀ ଘରୁ ଆଉ ୨ଟି ଟଙ୍କା ଭର୍ତ୍ତି ପେଟି ଜବତ ହୋଇଛି।ଗୋଟିଏରେ ୫୬ ଲକ୍ଷ, ଆଉ ଗୋଟିଏରୁ ୨୧ ଲକ୍ଷ ମିଳିଥିବା ସୂଚନା ମିଳିଛି।

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଭଦ୍ରକ, ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

Nuakhai wishes