୫ମ ଶ୍ରେଣୀ ଛାତ୍ରୀକୁ ୨ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଉମରକୋଟ କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଡାକ୍ତରୀ ମାଇନା ପରେ ଗଣଦୁଷ୍କର୍ମ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।୨ ଶିକ୍ଷକଙ୍କୁ କୁନ୍ଦେଇ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।ଗତକାଲି ସ୍କୁଲରେ ଗଣଦୁଷ୍କର୍ମ ହୋଇଥିବା ଛାତ୍ରୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚୋରି

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପବିଭାଗ ଓ ଡେପୁଟି କଲେକ୍ଟରଙ୍କ କକ୍ଷରୁ ଚୋରି ହୋଇଛି।

ତାଲା ଭାଙ୍ଗି ୪ଟି କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ଚୋରି କଲେ ଦୁର୍ବୃତ୍ତ।ଚୋରି ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି।

ସରଗୁଡା ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ସରଗୁଡା ବିଦ୍ୟାଳୟରେ ଗ୍ରାମବାସୀ ତାଲାପକାଇ ଥିବା ବେଳେ ଗଛତଳେ ବସି ଛାତ୍ରୀଛାତ୍ର ପାଠ ପଢି ଥିବା ପରିଲକ୍ଷିତ ହୋଇଛି।

ଅଜଣା ଗାଡ଼ି ଧକ୍କାରେ ଆରଟିଓ ଅଫିସ୍‌ର ଡ୍ରାଇଭର ମୃତ

ନବରଙ୍ଗପୁର ଆରଟିଓ ଅଫିସ୍‌ ଆଗରେ ଏମସିଆଇ ଚେକିଂ ବେଳେ ଗାଡ଼ିଟି ଧକ୍କା ଦେଇ ଫେରାର ହୋଇଯାଇଛି।

ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଡ୍ରାଇଭର ଦିଲ୍ଲୀପ ନାୟକ।

ବସ୍‌ ଓଲଟି ପିଇଟି ଶିକ୍ଷକଙ୍କ ମୃତ୍ୟୁ,୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବସ୍‌।

ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ। ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌।

ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୁଅକୁ ମାରି ଥାନାରେ ଆତ୍ମସମର୍ପଣ କଲା ବାପାର

ନବରଙ୍ଗପୁର ଜିଲ୍ଲା ୟୁଭି-୧୨ ଖାଣ୍ଡା ଗାଁରେ ଏହି ଘଟଣା ଘଟିଛି।

ନିଶାସକ୍ତ ଅବସ୍ଥାରେ ପୁଅକୁ କୋଦାଳରେ ହାଣି ମାରିଲା ବାପା। ପୁଅକୁ ହାଣି ମାରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ପୁଅକୁ ମାରି ଥାନାରେ ଆତ୍ମସମର୍ପଣ କଲା ବାପା

ନବରଙ୍ଗପୁର ଜିଲ୍ଲା ୟୁଭି-୧୨ ଖାଣ୍ଡା ଗାଁରେ ଏହି ଘଟଣା ଘଟିଛି।

ନିଶାସକ୍ତ ଅବସ୍ଥାରେ ପୁଅକୁ କୋଦାଳରେ ହାଣି ମାରିଲା ବାପା। ପୁଅକୁ ହାଣି ମାରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ସ୍କୁଲ ପରିସରରେ ପଶିଲେ ୩ଟି ଭାଲୁ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁ ସଦାଶିବ ହାଇସ୍କୁଲ ପରିସରରେ ଗୋଟିଏ ମାଆ ଭାଲୁ ସହ ୨ଟି ଛୁଆ ଭାଲୁ ଥିବା ସୂଚନା ମିଳିଛି।

ପାଠପଢ଼ା ଚାଲିଥିବାରୁ ଭାଲୁକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି।

ସ୍କୁଲ ପରିସରରେ ପଶିଲେ ୩ଟି ଭାଲୁ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁ ସଦାଶିବ ହାଇସ୍କୁଲ ପରିସରରେ ଗୋଟିଏ ମାଆ ଭାଲୁ ସହ ୨ଟି ଛୁଆ ଭାଲୁ ଥିବା ସୂଚନା ମିଳିଛି।

ପାଠପଢ଼ା ଚାଲିଥିବାରୁ ଭାଲୁକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି।

Nuakhai wishes