କଟରରେ ଏଟିଏମ କାଟି ଲୁଟି ନେଲେ ଦୁର୍ବୃତ୍ତ

ନବରଙ୍ଗପୁର ବ୍ଲକ ଅଫିସ୍‌କୁ ଲାଗିଥିବା ଏସ୍‌ବିଆଇ ଏଟିଏମ କାଟି ଲୁଟିଲେ ଦୁର୍ବୃତ୍ତ।

ପାଖରେ କିଛି ପୋଡ଼ା ଟଙ୍କା ପଡ଼ିଛି। ଲୁଟ୍‌ର ପରିମାଣ ଜଣାପଡ଼ିନି।ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି ସ୍ଥାନୀୟ ପୁଲିସ।

ନିଜ ତଣ୍ଟି କାଟି ଦେଲେ ଗଣିତ ଶିକ୍ଷକ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କରୋପାରା ଗାଁ ହାଇସ୍କୁଲ ଗଣିତ ଶିକ୍ଷକ ଆଶିଷ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘରେ ଥିବା ବେଳେ ତଣ୍ଟି କାଟିଥିବା ସୂଚନା ମିଳିଛି। କାରଣ ଅସ୍ପଷ୍ଟ ରହିଛି।

ମନ୍ଦିରରେ ପୂଜାରୀ ପୁଅକୁ ପଥରରେ ଛେଚି ନିର୍ମମ ହତ୍ୟା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମେଣ୍ଡରା ଗାଁ ସର୍ଗୁଲିପାହାଡରେ ଥିବା ମନ୍ଦିରରେ ହତ୍ୟାକାଣ୍ଡ ଘଟିଛି।

ହତ୍ୟା ପରେ ନାବାଳକର ବାମ ଗୋଡ ଓ ଡାହାଣ ହାତ କାଟିନେଲା ଦୁର୍ବୃତ୍ତ। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ଯୁବକକୁ ଅଟକ ରଖିଲା ପୁଲିସ। ପୂଜକ ସମ୍ମୁଖରେ ୫ ବର୍ଷର ପୁଅକୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି।

ବିଲରେ ମହିଳାଙ୍କୁ ଦଳି ମାରିଦେଲା ହାତୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ କୁନ୍ଦେଇ ଥାନା ଖୁଡୁକୁ ଗାଁ ନିକଟ ବିଲରେ ମହିଳାଙ୍କୁ ଦଳିଦେଲା।

ରାତିରେ ମକା ବିଲ ଜଗି ଥିବା ବେଳେ ହାତୀ ଆକ୍ରମଣ କରିଛି।

ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ

ବାଘ ଗଣନା ବେଳେ କ୍ୟାମେରା ଟ୍ରାପ୍‌ରୁ ଜଣାପଡ଼ିଥିବା ନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଗଣନା ଚାଲିଛି, ୩୫ପାଖାପାଖି ମହାବଳ ବାଘ ଅଛନ୍ତି, ଗଣନା ସରିଲେ ଏହା ସ୍ପଷ୍ଟ ଜଣାପଡ଼ିବ କହିଲେ ନିର୍ଦ୍ଦେଶକ।

ମାଟି ଅତଡା ଧସି ଜଣେ ମହିଳା ମୃତ, ଅନ୍ୟଜଣେ ଗୁରୁତର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା କାରାଗାଁ ଲୋହରାଗୁଡ଼ା ଗାଁ ନିକଟରେ ରଙ୍ଗମାଟି ଖୋଳିବା ବେଳେ ଧସିଲା ଅତଡା।

ଗୁରୁତର ମହିଳାଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ୪ ମହିଳା ମାଟି ଖୋଳିବା ବେଳେ ଧସିପଡିଥିଲା ମାଟି ଅତଡା।

ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ଭତରାସିଉନିରେ ଅଘଟଣ ଘଟିଛି।

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ମୃତକ ଭାରତମାଳା ପ୍ରକଳ୍ପରେ ଠିକାଦାର ଥିଲେ।

ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

ଆୟଠାରୁ ୨୦୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି।ଗିରଫ ଅଧୀକ୍ଷକଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ମାଟି ତଳୁ ଜଣଙ୍କ ମୃତଦେହ ଠାବ କଲା ପୁଲିସ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରୁମଡିହି ଜଙ୍ଗଲରେ ଅଧା ପୋତା ମୃତଦେହ ଠାବ ହୋଇଛି।

ମୃତଦେହଟି ମହିଳା କି ପୁରୁଷ ଜଣାପଡ଼ିନି, ଉପରକୁ ପାଦ ଦିଶୁଛି। କେହି ହତ୍ୟା କରି ପୋତି ଦେଇଥିବା ପୋଲିସ ଅନୁମାନ କରୁଛି। କାଲିଠୁ ଜଣେ ସ୍ଥାନୀୟ ମହିଳା ନିଖୋଜ ଥିବାରୁ ବଢ଼ିଲା ସନ୍ଦେହ।

ଟନେଲରେ ଫସିଥିବା ଶ୍ରମିକଙ୍କ ଭାଇ ଗଲେ ଉତ୍ତରାଖଣ୍ଡ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତାଳବେଡ଼ା ଗାଁର ଭଗବାନ ଭତ୍ରାଙ୍କ ସଂପର୍କୀୟ ଭାଇଙ୍କୁ ନିଆଯାଇଛି।

ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସଂପର୍କୀୟ ଭାଇଙ୍କୁ ସାଥିରେ ନେଲେ।ବିମାନରେ ଉତ୍ତରାଖଣ୍ଡ ନେବା ଲାଗି ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

Nuakhai wishes