ବାଣ ଫୁଟି ଚାରି ନାବାଳକ ଆହତ

ଜଗତସିଂହପୁର ଜିଲ୍ଲାର କନକପୁର ଗ୍ରାମରେ ଆଜି ଅପରାହ୍ନରେ ବାଣ ଫୁଟି ଚାରି ଜଣ ନାବାଳକ ଆହତ ହୋଇଛନ୍ତି l ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

କୁଜଙ୍ଗରେ ମାଙ୍କଡ ଆତଙ୍କ, ୪୦ରୁ ଉର୍ଦ୍ଧ୍ବ ଆହତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତରେ ଗତ ୮ ଦିନ ହେବ ମାଙ୍କଡମାନେ ଆତଙ୍କ ଖେଳାଇ ଥିବାବେଳେ ୪୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି।

ଆହତମାନଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଟ୍ରାଙ୍କୁଲାଇଜର ଟିମ୍ ଆସିବେ ବୋଲି ସୂଚନ ମିଳିଛି।

ନାବାଳିକା ଅପହରଣ, ବଳାତ୍କାର ମାମଲାରେ ୧୦ ବର୍ଷ ଜେଲ

2014 ମସିହାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଆଜି ଜଗତସିଂହପୁର ସ୍ପେଶାଲ ପୋକ୍ସୋ କୋର୍ଟ ଅଭିଯୁକ୍ତ ସନ୍ତୋଷ ଭୋଇକୁ ଦଶ ବର୍ଷ ଜେଲ ଓ 30 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

ଏଥିସହ ପୀଡ଼ିତାଙ୍କୁ 7 ଲକ୍ଷ ଟଙ୍କାର ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ଇଣ୍ଡିଆ ବୁକ ଆଫ ରେକର୍ଡରେ ସ୍ଥାନ ପାଇଲେ ସ୍ୱୟଂ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ତଲଗାଁ ଗ୍ରାମର ଶୈଳେନ୍ଦୁ ପ୍ରତାପ ପରିଡା ଏବଂ ମାତା ସାଗରିକ ସ୍ବାଇଁଙ୍କ ୪ବର୍ଷର ଏକ ମାତ୍ର ପୁତ୍ର ସ୍ୱୟଂ ସମର୍ପିତ ପରିଡା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିଭିନ୍ନ ସାମାଜିକ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଏହି ସଫଳତା ପାଇବା ପଛରେ ଶେୟ ଜେଜେ ରାହାଣ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା ଓ ଆଇ ବିନୋଦିନୀଙ୍କୁ ଦେଇଛନ୍ତି ସ୍ୱୟଂଙ୍କ ବାପା ।

Nuakhai wishes