ନାବାଳିକା ଅପହରଣ, ବଳାତ୍କାର ମାମଲାରେ ୧୦ ବର୍ଷ ଜେଲ

2014 ମସିହାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଆଜି ଜଗତସିଂହପୁର ସ୍ପେଶାଲ ପୋକ୍ସୋ କୋର୍ଟ ଅଭିଯୁକ୍ତ ସନ୍ତୋଷ ଭୋଇକୁ ଦଶ ବର୍ଷ ଜେଲ ଓ 30 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

ଏଥିସହ ପୀଡ଼ିତାଙ୍କୁ 7 ଲକ୍ଷ ଟଙ୍କାର ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes