ଇଣ୍ଡିଆ ବୁକ ଆଫ ରେକର୍ଡରେ ସ୍ଥାନ ପାଇଲେ ସ୍ୱୟଂ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ତଲଗାଁ ଗ୍ରାମର ଶୈଳେନ୍ଦୁ ପ୍ରତାପ ପରିଡା ଏବଂ ମାତା ସାଗରିକ ସ୍ବାଇଁଙ୍କ ୪ବର୍ଷର ଏକ ମାତ୍ର ପୁତ୍ର ସ୍ୱୟଂ ସମର୍ପିତ ପରିଡା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିଭିନ୍ନ ସାମାଜିକ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଏହି ସଫଳତା ପାଇବା ପଛରେ ଶେୟ ଜେଜେ ରାହାଣ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା ଓ ଆଇ ବିନୋଦିନୀଙ୍କୁ ଦେଇଛନ୍ତି ସ୍ୱୟଂଙ୍କ ବାପା ।

ପ୍ରେମିକାକୁ ବିବାହ କରିବେ ତିର୍ତ୍ତୋଲ ବିଧାୟକ

ଦୀର୍ଘ ଦିନ ଧରି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଆଜି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି l

ଉଭୟେ ଆଜି ବିବାହ ପାଇଁ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ସେମାନଙ୍କ ଆଇନଜୀବୀ କହିଛନ୍ତି l

ନିଖୋଜ ଛାତ୍ରଙ୍କୁ ଠାବ କରିବା ଦାବିରେ ଥାନା ଘେରାଉ

ପାରାଦୀପ ମାଶୁବନ ଗୋପାଳଜୀଉ କଲୋନୀର ଜଣେ ନବମ ଶ୍ରେଣୀ ଛାତ୍ର ଗତ ତିନି ଦିନ ଧରି ନିଖୋଜ ଥିବାରୁ ତାକୁ ଠାବ କରିବା ଦାବିରେ ଆଜି ସ୍ଥାନୀୟ ଲୋକେ ଜଟାଧାରୀ ମୁହାଣର ମେରାଇନ ଥାନାକୁ ଘେରାଉ କରିଛନ୍ତି l
ନିଖୋଜ ଛାତ୍ରର ବ୍ୟାଗ ଓ ଜୋତା ସମୁଦ୍ର କୂଳରୁ ମିଳିଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ l

ଘର ସହ ଜୀଅନ୍ତା ଜଳିଗଲେ ଓ୍ୱାର୍ଡମେମ୍ବର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ ଏହି ଘଟଣା ଘଟିଛି।

ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ପାରାଦୀପ ସମୁଦ୍ର କୂଳରେ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ସନ୍ଦେହ

ଛାତ୍ର ଜଣକ ସମୁଦ୍ରରେ ଭାସିଯାଇ ନିଖୋଜ ହୋଇଥିବା ସନ୍ଦେହ କରି ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

ସମୁଦ୍ରରେ କୂଳରେ ଛାତ୍ରଙ୍କ ୟୁନିଫର୍ମ, ସାଇକେଲ, ଆଇକାର୍ଡ ପଡ଼ିଛି।

ସହରରେ ଓଜନଦାର ଗାଡି ଚଳାଚଳ ନେଇ କଟକଣା

ଜଗତସିଂହପୁର ସହରରେ ଆସନ୍ତା ଜୁନ 10 ତାରିଖ ପର୍ଯ୍ୟନ୍ତ ସକାଳ 8 ଟାରୁ 11 ଟା ଏବଂ ଅପରାହ୍ନ 3 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଓଜନଦାର ଗାଡି ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି l
ସେହିପରି ଆଳି-ପିଙ୍ଗଳ ହାଇ-ଲେଭଲ ବ୍ରିଜ ଉପରେ ମଧ୍ୟ ଓଜନଦାର ଗାଡି ଚଳାଚଳ ଉପରେ କଟକଣା କରାଯାଇଛି l

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗୋବିନ୍ଦାପୋଖରୀ ଗ୍ରାମର ନୃସିଂହ ମିଶ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ଆଜି ଗାଁ ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି l

Nuakhai wishes