ପାରାଦୀପରେ ଆଇଓସିଏଲ ପାଇପ ଲାଇନ ଫାଟିଲା

ପାରାଦୀପ ଦେଇ ଯାଇଥିବା ଆଇଓସିଏଲର ପାରାଦୀପ -ହଳଦିଆ ଅଶୋଧିତ ପାଇପ ଲାଇନ ଆଜି ଆଇଓସିଏଲ କଲୋନୀ ପାଖରେ ଫାଟିଯାଇ ହଜାର ହଜାର ଲିଟର ଅଶୋଧିତ ତେଲ ବୋହିବାରେ ଲାଗିଛି l

ବଡ଼ ଅଘଟଣକୁ ରୋକିବାକୁ ଘଟଣା ସ୍ଥଳରେ ଆଇଓସିଏଲ ଲର ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି l

ପାରାଦୀପରେ ଜିପିଏମ ଶ୍ରମିକଙ୍କ ଧାରଣା

ଉପଯୁକ୍ତ ପ୍ରାପ୍ୟ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବିରେ ପାରାଦୀପ ପ୍ରଶାସନିକ ଭବନ ସମ୍ମୁଖରେ ଜିପିଏମ ଶ୍ରମିକ ମାନେ ଧାରଣ ଦେଇଛନ୍ତି l

କାହ୍ନୁ ଧୀର ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ

ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କୁ ନଗର ଉନ୍ନୟନ ବିଭାଗ ସଚିବ ଭାବେ ଆଜି ନିଯୁକ୍ତି ଦିଆଯାଇଥିବାରୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ
କାହ୍ନୁ ଚରଣ ଧୀରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି l

ବାଣ ଫୁଟି ଚାରି ନାବାଳକ ଆହତ

ଜଗତସିଂହପୁର ଜିଲ୍ଲାର କନକପୁର ଗ୍ରାମରେ ଆଜି ଅପରାହ୍ନରେ ବାଣ ଫୁଟି ଚାରି ଜଣ ନାବାଳକ ଆହତ ହୋଇଛନ୍ତି l ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

କୁଜଙ୍ଗରେ ମାଙ୍କଡ ଆତଙ୍କ, ୪୦ରୁ ଉର୍ଦ୍ଧ୍ବ ଆହତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତରେ ଗତ ୮ ଦିନ ହେବ ମାଙ୍କଡମାନେ ଆତଙ୍କ ଖେଳାଇ ଥିବାବେଳେ ୪୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି।

ଆହତମାନଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଟ୍ରାଙ୍କୁଲାଇଜର ଟିମ୍ ଆସିବେ ବୋଲି ସୂଚନ ମିଳିଛି।

Nuakhai wishes