ବ୍ୟାପକ ଗାଡ଼ି ଚଳାଚଳ ଯୋଗୁଁ ପ୍ରଦୂଷଣ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୋଡ ରୁ ବାବନ୍ଧ ଆସିବା ରାସ୍ତାରେ ଧୂଳି ଏବଂ କ୍ରସର ଗୁଣ୍ଡର ମାତ୍ରା ଏତେ ହେଉଛି ଯେ ଆଗରୁ ଆସୁଥିବା ଗାଡି ଦୃଶ୍ୟମାନ ହେଉନାହିଁ।

ଏହା ସହ ବହୁ ସଂଖ୍ୟକ ଟିପ୍ପର ଦ୍ରୁତ ଗତିରେ ଚଳାଚଳରେ ମଧ୍ୟ ଜନସାଧାରଣ ଅତିଷ୍ଠ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାସ୍ତା କାମ ଶୀଘ୍ର ଆରମ୍ଭ କରିବା ପାଇଁ ଦାବି

ଭୁବନ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାମ ଶୀଘ୍ର ଆରମ୍ଭ କରିବ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ବର୍ଷାଦିନ ପୂର୍ବରୁ ସମ୍ପୁର୍ଣ୍ଣ ନହେଲେ ଭାରି ହନ୍ତସନ୍ତ ହେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି।

ଢେଙ୍କାନାଳରେ ପ୍ରବଳ ବର୍ଷା ପବନ, ଉପୁଡ଼ିଗଲା ବିଦ୍ୟୁତ ଖୁଣ୍ଟ

ଢେଙ୍କାନାଳରେ ପ୍ରବଳ ବର୍ଷା ପବନ ଯୋଗୁଁଲଳିତ ନଗର ନିକଟରେ ଉପୁଡ଼ିପଡିଛି ବିଦ୍ୟୁତ ଖୁଣ୍ଟ।

ଏହା ସହ ବହୁ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ଭୁବନ ଅଞ୍ଚଳରେ ଶୀତଳ ଷଷ୍ଠୀ ଉତ୍ସବ

ଭୁବନ ଅଞ୍ଚଳ ରେ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଭୁବନର କାଶୀ ବିଶ୍ୱନାଥ ମନ୍ଦିରରେ ଦେବ ବିବାହ ଅବସରରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ର ସଦସ୍ୟା ସାଗରୀକା ମିଶ୍ର ଚଳିତ ବର୍ଷ ବର ପକ୍ଷର ଦାୟିତ୍ୱ ତୁଲାଇଥିଲେ ।

ସେହି ପରି ପର୍ଯ୍ୟଟନ ସ୍ଥଳୀ ବୁଦ୍ଧେଶ୍ବର ପୀଠରୁ ଦେବ ଦେବ ମହାଦେବ ଙ୍କୁ ପାଲିଙ୍କି ରେ ବସାଇ ଗ୍ରାମ ପରିକ୍ରମା ପାରିଥିଲେ | ପରିଚାଳନା କମିଟି ସଭାପତି ସନାତନ ସାହୁ, ନଗରପାଳ ଶୁଭେନ୍ଦୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେକାର୍ଯ୍ୟକ୍ରମ ଗୁଡ଼ିକ ଚିତାକର୍ଷକ ହୋଇପାରିଛି ।

ଅଁଳାବେରେଣୀ ଯୁବ ସାମ୍ବାଦିକ ସଂଘ ତରଫରୁ ରକ୍ତଦାନ ଶିବିର

ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ସମୟରେ ସମସ୍ୟାକୁ ଦୃଷ୍ଟିରେ ରଖି ଅଁଳାବେରିଣୀ (ପାରିମାଳ) ଯୁବ ସଂଗଠନ ଓ ସାମ୍ବାଦିକ ସଂଘ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅଁଳାବେରିଣୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜନ ହୋଇଥିଲା।

ଅଁଳାବେରେଣୀ ଯୁବ ସାମ୍ବାଦିକ ସଂଘ ତରଫରୁ ରକ୍ତଦାନ ଶିବିର

ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ସମୟରେ ସମସ୍ୟାକୁ ଦୃଷ୍ଟିରେ ରଖି ଅଁଳାବେରିଣୀ (ପାରିମାଳ) ଯୁବ ସଂଗଠନ ଓ ସାମ୍ବାଦିକ ସଂଘ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅଁଳାବେରିଣୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜନ ହୋଇଥିଲା।

ଇନ୍ଦିପୁର ପଞ୍ଚାୟତ ବାସୀଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଘଟିପିରି ଛକ ଠାରେ ଇନ୍ଦିପୁର ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମସ୍ୟାକୁ ଗୁରୁତ୍ୱ ସହ ଗ୍ରହଣ କରି ବହୁତ ଶୀଘ୍ର ଇନ୍ଦିପୁର ପଞ୍ଚାୟତରେ ପହଞ୍ଚି ଜନ ସାଧାରାଣଙ୍କୁ ଭେଟିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଜିଲ୍ଲାରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ସମସ୍ତ କର୍ମୀଙ୍କୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।

ସମସ୍ତ ବିଜେପି କର୍ମୀ ଏଥିରେ ଯୋଗ ଦେଇଛନ୍ତି।

ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପ୍ରଥମ ବାର୍ଷିକ ପୁଣ୍ୟ ତିଥିରେ ଆମ୍ବୁଲାନ୍ସ ସେବା ଆରମ୍ଭ

ଆଜି ସମ୍ବିତ ନନ୍ଦ ମେମୋରିଆଲ ଫଉଣ୍ଡେସନ ଆନୁକୂଲ୍ୟରେ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପ୍ରଥମ ବାର୍ଷିକ ପୁଣ୍ୟ ତିଥିରେ ଏକ ଆମ୍ବୁଲାନ୍ସ ସେବା ଓ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଦେଓଗାଁ ମେଡିକାଲ ପରିସରରେ ଆୟୋଜନ କରାଯାଇଥିଲା ।

Nuakhai wishes