ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ମାଗୁବେରେଣୀ ଗାଁରେ ଏହି ଘଟଣା ଘଟିଛି।

ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଛି।

ଢେଙ୍କାନାଳ TPCODL ଅଫିସ ଆଗରୁ ହଟିଲେ ସ୍ଥାନୀୟ ଲୋକେ

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନେଇ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଲୋକେ।

ବିଦ୍ୟୁତକାଟ ପ୍ରତିବାଦରେ ଆଜି ସକାଳେ TPCODL ଅଫିସରେ ତାଲା ପକାଇଥିଲେ ଲୋକେ।

TPCODL ଅଫିସରେ ତାଲା ପକାଇଲେ ଲୋକେ

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଢେଙ୍କାନାଳରେ TPCODL ଅଫିସରେ ତାଲା ପକାଇଛନ୍ତି ଲୋକେ।

ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇଲେ।ପୂର୍ବତନ ବିଜେପି ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ବରେ ମାତିଲେ ଲୋକେ।

ମଇଁଷି ଚରାଇବାକୁ ଯାଇ ବଜ୍ରାଘାତରେ ବ୍ୟକ୍ତି ଓ ମଇଁଷି ମୃତ

ଢେଙ୍କାନାଳ ସଦର ଥାନା ନରଣପୁର ଗ୍ରାମର ମଇଁଷି ଚରାଇବାକୁ ଯାଇଥିବା ବେଳେ ପ୍ରକାଶ ବେହେରା ଓ ବାଟୁଆ ବେହେରାଙ୍କୁ ବଜ୍ରାଘାତ ହୋଇଥିଲା । ଫଳରେ ଉଭୟ ମଇଁଷି ଚରାଳୀଙ୍କର ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର କହିଛି।

ବିଜେଡି ନେତା ତଥା ଠିକାଦାରଙ୍କୁ ଗୁଳିମାଡ଼

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେନରୋଡ୍‌ ସ୍ଥିତ ତାରିଣୀ ଅଳଙ୍କାର ଦୋକାନ ଆଗରେ ଗୁଳିମାଡ଼ ହୋଇଛି।

କାରରେ ଘରକୁ ଫେରିବା ବେଳେ କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ କରିଛନ୍ତି।କାହ୍ନୁଙ୍କ ହାତ ଓ ଜଙ୍ଘରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଛି।

ଟାଟା ଷ୍ଟିଲ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା, ୧୯ ଆହତ

ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ ଘଟିଛି।

ବ୍ଲାଷ୍ଟ ଫର୍ଣ୍ଣେସ ଗରମ ପାଣି ପାଇପ ଫାଟି ଦେହରେ ପଡିଯିବାରୁ ୧୯ ଜଣ ଆହତ ହୋଇଛନ୍ତି। ସମସ୍ତ ୧୯ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଢେଙ୍କାନାଳ ଆସିବେ ଅମିତ ଶାହା

ଆସନ୍ତା ୧୭ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ଢେଙ୍କାନାଳ ଜିଲ୍ଲାର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ।

ଏ ନେଇ ସୂଚନା ଦେଇଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

ଚିକିତ୍ସାଧୀନ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ କାଜୁ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟିଛି।

ସାତକୋଶିଆରୁ ବିଶେଷଜ୍ଞ ଟିମ୍ ଆସି ହାତୀର ଚିକିତ୍ସା କରୁଥିଲେ।

ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ୮ ଗିରଫ

ଗତକାଲି ମାଫିଆଙ୍କ ମାଡ଼ରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର, କିରାଣି ଆହତ ହୋଇଥିଲେ।

ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିବା ସହ ୨ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି।

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଜନ

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରର ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।

ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ କାରଖାନାର ନିକଟରେ ଥିବା ୬ଟି ଗାଁରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Nuakhai wishes