ନଦୀରେ ବୁଡ଼ି ନାବାଳକ ମୃତ

ଢେଙ୍କାନାଳ ଜିଲ୍ଲା ଧଳପୁର ବ୍ରାହ୍ମଣୀ ନଦୀଘାଟରେ ଏହି ଘଟଣା ଘଟିଛି।

ମୃତକ ହେଲେ ଢେଙ୍କାନାଳ ଧଳପୁର ଗାଁର ୧୨ବର୍ଷୀୟ ଚିନ୍ମୟ ରାଉତ । ସେ ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।

ଉଦୟ କୁମାର ମହାପାତ୍ର ହେଲେ ଢେଙ୍କାନାଳ ଅତିରିକ୍ତ ଜିଲ୍ଳାପାଳ

ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଆଜି ରାଜ୍ୟ ସରକାର ଢେଙ୍କାନାଳର ଅତିତିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିବା ବେଳେ ଶିବାନନ୍ଦ ସ୍ୱାଇଁଙ୍କୁ ହିନ୍ଦୋଳ ଉପଜିଲ୍ଲାପାଳ ଭାବେ ସ୍ଥାନିତ କରିଛନ୍ତି l

ଆଇଆଇଏମସିରେ ଦୁଇଜଣଙ୍କୁ ଛାତ୍ରବୃତ୍ତି

ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ -ଆଇଆଇଏମସିରେ ଆଜି ସାମ୍ବାଦିକତା ଛାତ୍ରୀ ପ୍ରତୀକ୍ଷା ମହାପାତ୍ରଙ୍କୁ ଡ. ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ଓ ନିଧି ଗିରିଙ୍କୁ ସତ୍ୟ ମହାପାତ୍ର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି l

ଏକ କାର୍ଯ୍ୟକ୍ରମରେ ଅନୁଗୁଳ ସ୍ବୟଂଶାସିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ସର ଅତିଥି ଭାବେ ଯୋଗଦେଇ ଏହା ପ୍ରଦାନ କରିଛନ୍ତି l

ଆଇଆଇଏମସିରେ କାର୍ଟୁନ କର୍ମଶାଳା ଉଦଯାପିତ

ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ -ଆଇଆଇଏମସିରେ ଚାଲିଥିବା ଦୁଇଦିନିଆ କାର୍ଟୁନ କର୍ମଶାଳା ଉଦଯାପିତ ହୋଇଯାଇଛି l
କର୍ମଶାଳାରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟର୍ଜି, ରେଭେନସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବେଣୁଧର ପଣ୍ଡା, କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଟି ନନ୍ଦେଶୁ ଯୋଗ ଦେଇଥିଲେ l

ଆଆଇଏମସିରେ ରାଜା ରାମମୋହନ ଜୟନ୍ତୀ ପାଳିତ

ଢେଙ୍କାନାଳ ସ୍ଥିତ ଆଇଆଇଏମସି-ଭାରତୀୟ ଜନସଂଚାର ସଂସ୍ଥାନରେ କମ୍ୟୁନିକେସନ ପତ୍ରିକା ସହ ମିଳିତ ଆନୁକୂଲ୍ୟରେ ରାଜା ରାମମୋହନ ରୟଙ୍କ 250 ତମ ଜୟନ୍ତୀ ପାଳିତ ହୋଇଯାଇଛି l
ଏହି ଅବସରରେ ଏକ ଇ -ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l

ଦେ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଆମ୍ବୁଲାନ୍ସ ସେବା ଆରମ୍ଭ

ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଦେଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଆମ୍ବୁଲାନ୍ସ ସେବା ଉଦଘାଟନ ହୋଇଛି।

ସମ୍ବିତ ନନ୍ଦ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ସମ୍ପୂର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Nuakhai wishes