ଆଇଆଇଏମସିରେ କାର୍ଟୁନ କର୍ମଶାଳା ଉଦଯାପିତ

ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ -ଆଇଆଇଏମସିରେ ଚାଲିଥିବା ଦୁଇଦିନିଆ କାର୍ଟୁନ କର୍ମଶାଳା ଉଦଯାପିତ ହୋଇଯାଇଛି l
କର୍ମଶାଳାରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟର୍ଜି, ରେଭେନସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବେଣୁଧର ପଣ୍ଡା, କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଟି ନନ୍ଦେଶୁ ଯୋଗ ଦେଇଥିଲେ l

ଆଆଇଏମସିରେ ରାଜା ରାମମୋହନ ଜୟନ୍ତୀ ପାଳିତ

ଢେଙ୍କାନାଳ ସ୍ଥିତ ଆଇଆଇଏମସି-ଭାରତୀୟ ଜନସଂଚାର ସଂସ୍ଥାନରେ କମ୍ୟୁନିକେସନ ପତ୍ରିକା ସହ ମିଳିତ ଆନୁକୂଲ୍ୟରେ ରାଜା ରାମମୋହନ ରୟଙ୍କ 250 ତମ ଜୟନ୍ତୀ ପାଳିତ ହୋଇଯାଇଛି l
ଏହି ଅବସରରେ ଏକ ଇ -ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l

ଦେ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଆମ୍ବୁଲାନ୍ସ ସେବା ଆରମ୍ଭ

ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଦେଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଆମ୍ବୁଲାନ୍ସ ସେବା ଉଦଘାଟନ ହୋଇଛି।

ସମ୍ବିତ ନନ୍ଦ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ସମ୍ପୂର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କୋଇ ରିଜର୍ଭ ଫରେଷ୍ଟରୁ ବାଘର ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କୋଇ ରିଜର୍ଭ ଫରେଷ୍ଟରୁ ଗୋଟେ କଲରପଥରିଆ ବାଘର ଗଳିତ ମୃତଦେହ ମିଳିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାରହା ଶିକାର ପାଇଁ ଜଙ୍ଗଳରେ ବିଛା ଯାଇଥିବା ଜାଲରେ ପଡି ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।୪ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ସୂଚନା ।

ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ

ଢେଙ୍କାନାଳ ଜିଲ୍ଲା ସଦର ସ୍ଥିତ ସିଭିଲ ଡିଫେନ୍ସ ଗୃହରେ ଆଜି ସିଭିଲ ଡିଫେନ୍ସ ସଦସ୍ୟଙ୍କ ତରଫରୁ ଏକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି ।

Nuakhai wishes