ବୁଦ୍ଧେଶ୍ବର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳନ

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିରେ ଆଜି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବାବା ବୁଦ୍ଧେଶ୍ବର ପୀଠରେ ଅନୁଷ୍ଠିତ ହେଉଛି ଦେବ ବିବାହ ବା ଶିବ ପାର୍ବତୀଙ୍କ ବିବାହ ଉତ୍ସବ।

ଏହି ଅବସରରେ ବାବା ବୁଦ୍ଧେଶ୍ବରଙ୍କ ମଙ୍ଗନ କାର୍ଯ୍ଯ ସମ୍ପାଦିତ ହୋଇଛି । ବର ପକ୍ଷରୁ ବିଶ୍ଵମୋହନ ସାହୁ ପ୍ରଣତି ସାହୁ କନ୍ୟା ପକ୍ଷରୁ ହିମାଂଶୁ ଚିନାରା, ଆରତୀ ଚିନାରା ଉପସ୍ଥିତ ରହିଥିଲେ ।

ଫୋନ ପେ ଓ ଗୁଗଲ୍‌ ପେରେ ଏସଡିପିଓଙ୍କ ନିକଟକୁ ଆସୁଥିଲା ଲାଞ୍ଚ ଟଙ୍କା

୩୦ ହାଜର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କ ନିକଟରୁ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଭିଜିଲାନ୍ସ।

ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚରା କରିବା ସହ ଲାଞ୍ଚ ଟଙ୍କା ଦେଇଥିବା ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଆବଶ୍ୟକ ପଡ଼ିଲେ ଏସଡିପିଓଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡ଼ିଭିଜନ ଭିଜିଲାନ୍ସ ଏସପି ।

ପଥର ଖଣି ଲିଜ୍‌ଧାରୀଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଛି କଟକ ଭିଜିଲାନ୍ସ ବିଭାଗ ।

ହିନ୍ଦୋଳ ଅଞ୍ଚଳର ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍‌ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ । ଏହାପରେ ନାୟକଙ୍କ ବିଭିନ୍ନ ଠିକଣାରେ ପୁଲିସ ଚଢ଼ାଉ କରିଛି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଢ଼େଙ୍କାନାଳ ଗନ୍ଦିଆ ନେଉଳପୋଇ ଗ୍ରାମରେ ଏହି ଘଟଣା ଘଟିଛି।

ମୃତକ ବନିତା ସାମଲ (୬୨) । ସେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିବାର ସୂଚନା ମିଳିଛି।

Nuakhai wishes