ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍

ସୁବାସଙ୍କ ସହ ତାଙ୍କ ୨ ସହଯୋଗୀଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜର୍ଜ।

ବ୍ୟକ୍ତିଗତ ମୁଚାଲିକା ଓ ୫୦ ହଜାର ବଦଳରେ ଜାମିନ୍ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ତିଲେଇବଣି ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ମେ’ ୧ରେ ଗିରଫ ହୋଇଥିଲେ ବିଧାୟକ।

ଭୁବନେଶ୍ୱରରେ ଦେବଗଡର ଯୁବକଙ୍କ ପାଇଁ ରକ୍ତ ଆବଶ୍ୟକ

ଦେବଗଡ଼ ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ପାଇଁ ଭୁବନେଶ୍ବର ସମ୍ ହସ୍ପିଟାଲରେ ଆଜି ଗୋଟିଏ O+Ve (ଓ ପଜିଟିଭ) ଗ୍ରୁପର ଗୋଟିଏ ବ୍ଲଡ଼ ଆବଶ୍ୟକ ରହିଛି।

ରକ୍ତଦାନ ପାଇଁ ତାଙ୍କ ବାପାଙ୍କୁ ତୁରନ୍ତ ୯୪୩୮୨୯୩୮୫୯ରେ ଯୋଗାଯୋଗ କରିବା ପାଇଁ ପୂର୍ବତନ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ଵର୍ ପରିଡ଼ା ନିବେଦନ କରିଛନ୍ତି।

ଆସନ୍ତାକାଲି ସବୁ ଏସପି ଅଫିସ ଆଗରେ ଧାରଣା ଦେବ ବିଜେପି

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସବୁ ଏସପି ଅଫିସ ଆଗରେ ଦଳ ଧାରଣା ଦେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଏହା ସହ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ ବିଜେପି।

ସରକାରୀ ମଦଭାଟି ଭାଙ୍ଗିଲେ ମହିଳା

ଦେବଗଡ଼ ଜିଲ୍ଲା ତିଳେଇବଣି-ବିନ୍ଦପୁର ସରକାରୀ ମଦଭାଟି ଭାଙ୍ଗିଛନ୍ତି ଅସୁରଖୋଳ ଗାଁର ମହିଳା।

ମହିଳାମାନେ ଭାଟି ଉଚ୍ଛେଦ ପାଇଁ ଦାବି କରିଆସୁଥିଲେ।

ରାଜକବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଜୟନ୍ତୀ ପାଳନ

ଦେବଗଡର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନବ ନାଟ୍ୟାନୁଷ୍ଠାନ ନିକେତନ ଓ ଓଡିଶା ସାହିତ୍ଯ ଏକାଡେମୀର ମିଳିତ ସହଯୋଗ ରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହେମନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ମୂଖ୍ଯ ଅତିଥି, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେବୀ, ଡ. ଭାରତ ଭୂଷଣ ନନ୍ଦ, ନିରଞ୍ଜନ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜର ବକ୍ତବ୍ଯ ରଖିଥିଲେ।

କୁମୁଦଚନ୍ଦ୍ର ଶତପଥି ମଞ୍ଚ ସଂଯୋଜନା କରିଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।

ଅସୁସ୍ଥ ଦେବଗଡ଼ ବିଧାୟକ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର

ତିଳେଇବଣି ବିଡ଼ିଓଙ୍କୁ ମାଡ଼ ଘଟଣାରେ ଗିରଫ ହେବା ପରେ ଅସୁସ୍ଥ ହୋଇପଡିବାରୁ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l

ଆଜି ତାଙ୍କ ରକ୍ତଚାପ ଓ ସୁଗାର ବୃଦ୍ଧି ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l

Nuakhai wishes