ସରକାରୀ ମଦ ଭାଟିରେ ମହିଳାଙ୍କ ଭଙ୍ଗାରୁଜା

ଦେବଗଡ଼ ତିଲେଇବଣି-ବିନ୍ଦିପୁର ରାସ୍ତାରେ ଥିବା ସରକାରୀ ମଦ ଭାଟି ଉଚ୍ଛେଦ ଦାବିରେ ଭଙ୍ଗାରୁଜା କରିଛନ୍ତି ଅସୁରଖୋଳ ଗାଁର ମହିଳା।

ଘଟଣାସ୍ଥଳରେ ତହସିଲଦାର, ଏସ୍‌ଡିପିଓ ଓ ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ହାଇୱା ଧକ୍କାରେ ୪ ଜଣ ଗୁରୁତର, ୨ ବଳଦ ମୃତ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ରଞ୍ଜଣା ନିକଟରେ ହାଇୱା ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ ବଳଦ ମୃତ ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ଗୁରୁତର ୨ ଜଣଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ଦୁହିଁଙ୍କୁ ଅନୁଗୁଳ ସ୍ଥାନାନ୍ତର କରାଯାଇଛି ।

ଶ୍ରୀ ମନ୍ଦିର ସୁରକ୍ଷା ନିମନ୍ତେ ସ୍ମାରକପତ୍ର ପ୍ରଦାନ

ଶ୍ରୀ ମନ୍ଦିର ସୁରକ୍ଷା ନିମନ୍ତେ ଆଜି ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ, ଓଡ଼ିଶା, ଦେବଗଡ଼ ଶାଖା ପକ୍ଷରୁ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଅଭିଯାନର ସଦସ୍ୟ ମାନେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉକ୍ତ ସ୍ମାରକପତ୍ର ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକଙ୍କୁ ପ୍ରଦାନ କରିଥିଲେ ।

ଯୁବକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ

ଆଜି ସନ୍ଧ୍ୟାରେ ରିଆମାଳ ଥାନା ଅନ୍ତର୍ଗତ ବୈଷ୍ୟପଡା ଗ୍ରାମରେ ପୀତବାସ ଗଡତିଆ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ପୌଲସ୍ତି ଗଡତିଆ ନାମକ ଜଣେ ପଡୋଶୀ ଠେଙ୍ଗାରେ ପିଟି ମରଣାନ୍ତକ ଆକ୍ରମଣ କରିଥିବା ଅଭଯୋଗ ହୋଇଛି ।

ଆକ୍ରମଣରେ ପୀତବାସ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦେବଗଡ଼ ଥାନା ପୁଲିସ ଦ୍ଵାରା ଗୋରୁ ଗାଡ଼ି ଜବତ

ଆଜି ସନ୍ଧ୍ୟାରେ ଏକ ଟ୍ରକ ଯୋଗେ ୩୦ଟି ଗୋରୁ ଚୋରାଚାଲାଣ ହେଉଥିବା ବେଳେ ଦେବଗଡ଼ ଥାନା ପୁଲିସ୍ ତିଲେଇବଣୀ ନିକଟରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଦନ୍ତା ହାତୀ ଆକ୍ରମଣରେ ନାବାଳକ ଆହତ

ଦେବଗଡ ଜିଲ୍ଲା ବାରକୋଟ ବନାଞ୍ଚଳ ଜରିଚାଖୁଣ୍ଡାପାଳ ଗାଁରେ ଏହି ଘଟଣା ଘଟିଛି।

ଆହତ ନାବାଳକକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ଗାଁର ଯୁଗଳ ନାୟକ ସ୍ତ୍ରୀ ଓ ୨ ପୁଅ ସହ ଯାତ୍ରା ଦେଖି ଫେରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା ।

Nuakhai wishes