ଜିଲ୍ଲା ସମନ୍ବୟ କମିଟି ବୈଠକ

ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ବିଭାଗର ସମସ୍ୟା ଆଲୋକପାତ କରିଥିଲେ। ବିଭିନ୍ନ ବିଭାଗର ସମସ୍ୟା ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବାପାଇଁ ପରାମର୍ଶ ଦେଇଥିବା ବେଳେ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ ଓ ଅତିରିକ୍ତ ଜିଲ୍ଲାପାଳ ରେଵିକା ବିଲୁଙ୍ଗ ଉପସ୍ଥିତଥିଲେ ।

ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ହତ୍ୟା ପରେ ବାପାର ଆତ୍ମସମର୍ପଣ

ଦେବଗଡ଼ ଜିଲ୍ଲାର ଦେବଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ ଜଣେ ବ୍ୟକ୍ତି ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି l

ଆଜି ଅଭିଯୁକ୍ତ ବାପା ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି l ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି l

ଖବରକାଗଜ ବିତରକଙ୍କୁ ପରିଚୟପତ୍ର ପ୍ରଦାନ

ଆଜି ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷଠାରେ ଖବରକାଗଜ ଵିତରକ ଙ୍କୁ ପରିଚୟ ପତ୍ର ବ଼ଣ୍ଟନ କାର୍ଯକ୍ରମ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ୍ ଦେବଗଡ ଜିଲ୍ଲାରେ ଥିବା ୪୨ ଜଣ ବିତରକ ଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ।

ଏହି ବିତରକ ମାନେ ଖରା , ବର୍ଷା, ଶୀତ ଓ କୋଭିଡକୁ ଖାତିର ନକରି ଲୋକମାନଙ୍କୁ ଖବର କାଗଜ ସକାଳୁ ଯୋଗେଇ ଦେଇଥାନ୍ତି। ସମସ୍ତ ବିତରକ ମାନେ ତାଙ୍କର ପରିଚୟ ପତ୍ର ପାଇଲା ପରେ ସେମାନେ ତାଙ୍କର ଖୁସି ଜଣେଇବା ସହ ଓଡ଼ିଶା ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

Nuakhai wishes