ମହିଳା ସରପଞ୍ଚଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ବାଲେଶ୍ଵର ଜିଲ୍ଲା ଚଡ଼କମରା ଛକରେ ଗୋପୀନାଥପୁର ସରପଞ୍ଚଙ୍କ ବେକରୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସ୍କୁଟିରେ ବାପ ଘରୁ ଶ୍ବଶୁର ଘରକୁ ସ୍ବାମୀ ସହ ଫେରିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ୨ ବାଇକ ଆରୋହୀ ଦୁର୍ବୃତ୍ତ ଝାମ୍ପିଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି ସରପଞ୍ଚ।

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ଦାୟର ନିର୍ବାଚନୀ ମାମଲା ଖାରଜ

ଆବେଦନକାରୀ ସହଯୋଗ ନକରିବାରୁ ଖାରଜ କରିଛନ୍ତି ହାଇକୋର୍ଟ।

ପ୍ରତାପ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା।

ବସ୍‌ ଚାପାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବର ଜିଲ୍ଲା ରେମୁଣା ଗୋଲେଇରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ବସ୍‌ରୁ ଓହ୍ଲାଇ ରାସ୍ତାପାର ବେଳେ ସମ୍ପୃକ୍ତ ବସ୍‌ ମାଡ଼ିଯାଇଛି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ହେଉଥିବା ପ୍ରତିବାଦରେ ରାସ୍ତା ରୋକ କରିଛନ୍ତି ଲୋକେ।

ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌; ୧ ମୃତ, ୨ ଗୁରୁତର

ବାଲେଶ୍ଵର ଜିଲ୍ଲା ରୁପ୍‌ସା ଥାନା ମିରିଗିମୁଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଛି ଆଉ ଏକ ଟ୍ରକ୍‌।

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଦୋଷୀ ସରୋଜ ଦାସକୁ ଦଣ୍ଡାଦେଶ କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ।

୨୦୧୯ ମସିହାରେ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲା ହୋଇଥିଲା।

ଦିନ ସାଢ଼େ ୧୧ରେ ବାଲେଶ୍ବରରେ ୩୬ ଡିଗ୍ରୀ ତାପମାତ୍ରା

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ଵରରେ ତାପମାତ୍ରା ୩୬ ଡ଼ିଗ୍ରୀରେ ପହଞ୍ଚିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଲୁହା ପାଇପ୍‌ରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ଵର ଜିଲ୍ଲା ଖଇରା ଥାନା ବିଷ୍ଣୁପୁର ଗାଁରେ ଚାଷ ଜମି ପାଇଁ ପାଇପ୍‌ ବିଛାବେଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମୃତକ ରାଜସ୍ଥାନର। ମୃତଦେହ ଜବତ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ରିମାଣ୍ଡରେ ଗଲା ଫ୍ରଡ୍‌ ଆପ୍‌ ଖୋଲି ଠକୁଥିବା ବ୍ୟକ୍ତି

ଇଓଡବ୍ଲୁକୁ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛି ବାଲେଶ୍ବର ଓପିଆଇଡି।

କ୍ଲାଉଡ୍ ଫୁଟ୍’ ନାମକ ଆପ୍ ମାଧ୍ୟମରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ୫୦ ଟଙ୍କା ଜମା କଲେ ପର ସପ୍ତାହରୁ ୪୯ ଟଙ୍କା ଲେଖାଏଁ ମିଳିବା ଅଫର ଥିଲା।

ଠିକାଦାରଙ୍କୁ ଅପହରଣ କରି ୪୦ ଲକ୍ଷ ମାଗିଥିବା ଦୁର୍ବୃତ୍ତ ଗିରଫ

ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପହୃତଙ୍କୁ ମଧ୍ୟ ଉଦ୍ଧାର କରିଛି ବାଲେଶ୍ଵର ପୁଲିସ।

ଠିକାଦାରଙ୍କୁ ଅପହରଣ କରି ନେବା ପରେ ୪୦ ଲକ୍ଷ ମାଗିଥିଲା ଦୁର୍ବୃତ୍ତ।

Nuakhai wishes