ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର; ଖୋଜୁଛି ପୁଲିସ

ଶବ ଆଣିଥିବା ଗାଡ଼ି ଡ୍ରାଇଭର ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଲା ପୁଲିସ। ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ମହିଳାଙ୍କୁ କିଛି ଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୃତ୍ୟୁ ପରେ ଜଣେ ସମ୍ପର୍କୀୟ ବୋଲେରୋରେ ଆଣିଥିଲେ। ଭଡ଼ା ଟଙ୍କା ଆଣିବାକୁ ଯାଉଛି କହି ମେଡିକାଲ ପାଖରେ ଛାଡ଼ି ଚମ୍ପଟ୍‌ ମାରିଥିଲେ।

ଗ୍ରାମବାସୀଙ୍କ ସହ ଆଲୋଚନା କଲେ କଳିକେଶ ସିଂହଦେଓ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ କରୁଆଁଝର ବଡବନ୍ଧ ସିଲେଟକାନୀରେ ବିଜେଡି ନେତା କଳିକେଶ ସିଂହଦେଓ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ l

ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି ସ୍ଥାନୀୟ ବଙ୍ଗୋମୁଣ୍ଡା ବାସିନ୍ଦା।

ପ୍ରଭାବରେ ସକାଳୁ ଗାଡ଼ିମୋଟର ଓ ଦୋକାନବଜାର ବନ୍ଦ ରହିଛି। ବନ୍ଦ ଡାକରା

ସଭା ଘର ନିର୍ମାଣ ପାଇଁ ଭୂମି ପୂଜନ

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ସୁଜିଆ ଠାରେ ଶୋଡ ବଂଶୀୟ ଗଣ୍ଡ ସମାଜ ବିକାଶ ପରିଷଦ ଦ୍ଵାରା ସଭା ଘର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି।

ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବଲାଙ୍ଗିର ଲୋଇସିଂହାକୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯାଉଛି।

ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ବିଜେପି ଓ କଂଗ୍ରେସ କର୍ମୀ।

ଶ୍ରୀମତ ଭାଗବତ ସପ୍ତାହ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଭାଗବତ ସପ୍ତାହ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୪୯ ତମ ଶ୍ରାଦ୍ଧବାର୍ଷିକୀ

ଆଜି ବଲାଙ୍ଗିର ସ୍ବର୍ଗତ ମହାରାଜ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୪୯ ତମ ଶ୍ରାଦ୍ଧବାର୍ଷିକୀରେ ପୁଷ୍ପମାଲ୍ଯ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପୁତ୍ର ଅନଙ୍ଗ ଉଦୟ ସିଂହଦେଓ ଏବଂ ବଲାଙ୍ଗିରର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ।

ମଙ୍ଗଲାମୁଣ୍ଡା ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ଆୟୋଜନ

ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ମଙ୍ଗଲାମୁଣ୍ଡା ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବ୍ୟାପକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି l

ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଅନ୍ତର୍ଗତ କୁଟାସିଂହା ଗାଁରେ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଚାଲିଛି l ଏହି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହୋଇଛି।

ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା

ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ସାତମାଇଲ ଛକ ନିକଟ ଏକ ଗଛ ତଳୁ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ନିକଟରୁ ସୁନା ମୁଦି ଓ ମୋବାଇଲ ଜବତ କରିଛି ପୁଲିସ। ମୃତ ମହିଳାଙ୍କ ପରିଚୟ ମିଳିନି, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Nuakhai wishes