କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲାରେ ମନରେଗା ଯୋଜନାରେ କାର୍ଯ୍ୟରତ ମନରେଗା ସଂଯୋଜିକା ଏବଂ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମୂହ ଚାକିରୀ ସ୍ଥାୟୀ ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ନିହାର ରଞ୍ଜନ କଂହରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରେରଣ କରିଛନ୍ତି l

ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ମନରେଗା ସଂଯୋଜିକା ଶୈବାଳୀ ଦାସ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମିତ ମହାକୁର, ଅସିତ ମହାକୁର, ଅମୃତାଂଶୁ ପାତ୍ର, ପ୍ରଦ୍ୟୁମ୍ନ ସାହୁ ଉପସ୍ଥିତ ଥିଲେ ।

ବାଗବର ସ୍କୁଲରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ସଚେତନତା ଶିବିର

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆଜାଦି କା ଅମୃତ ମହୋତ୍ସବ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ମହିଳା ମହାବିଦ୍ୟାଳୟରେ ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ଠାରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପରିପ୍ରେକ୍ଷୀରେ ପାଳନ କରାଯାଉଥିବା ଅତିମାନସ ଜାଗରଣ ଯାତ୍ରା ଅବସରରେ ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମନୋରଞ୍ଜନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଡାଲିଯୋଡ଼ା ଆଶ୍ରମର ପ୍ରଭାତ ନାୟକ ମୁଖ୍ୟ ଅତିଥି ଓ ଜୋନାଲ ସଂଗଠକ ମଦନ ଦାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

କୋଟସମଲାଏ ଅଞ୍ଚଳରେ ପ୍ରବଳ ବର୍ଷା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୋଟସମଲାଏ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି ।

ଯାହା ଫଳରେ ଚାଷୀଙ୍କ ମନରେ ହସ ଫୁଟିଛି ।

ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ବେଶ କିଛିଦିନ ଧରି ଖରା ପରେ ଆଜି ଦିନ ୧ଘଣ୍ଟା ଠାରୁ ବିନିକା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି ।

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇ ପଡ଼ିଛି ।

୧୧ତାରିଖରେ କଂଗ୍ରେସର ପଦଯାତ୍ରା ନେଇ ପ୍ରସ୍ତୁତି

ଦରଦାମ ବୃଦ୍ଧି ପ୍ରତିବାଦରେ ଓ ଅଗ୍ନୀପଥ ଯୋଜନା ବିରୋଧରେ ଆସନ୍ତା ୧୧ତାରିଖରୁ ବିନିକା କଂଗ୍ରେସ ତରଫରୁ ସ୍ଥାନୀୟ ଚରଦା କପିଳେଶ୍ୱର ମନ୍ଦିର ଠାରୁ ଖଇରମାଲ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବା ନେଇ ଆଜି ପ୍ରସ୍ତୁତି ହୋଇଛି ।

ଏଥିରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ରାମପୁର ଶ୍ରୀରାମ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ

ଆଜି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସ୍ଥିତ ଶ୍ରୀରାମ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ଉପଲକ୍ଷେ ପ୍ରାୟ ୫୦୦ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ପୂଜାରୀ, ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରଣୀସେନ ବେହେରା, ରାମପୁର ଥାନା ଏସଆଇ ଅବିନାଶ ପଧାନ, ରାମପୁର ସରପଞ୍ଚ ମନୋଜ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Nuakhai wishes