ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ କ୍ଷୀରାଭିଷେକ କାର୍ଯ୍ୟକ୍ରମ

ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ଉପଲକ୍ଷେ କାଉଡିଆ ଭକ୍ତମାନଙ୍କ ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଜ୍ଞାନେଶ୍ବର ବାବା ଓ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ କ୍ଷୀରାଭିଷେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

ସରସ୍ଵତୀ ଶିଶୁ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

ସୋନପୁର ସଦର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ମହା ଆଡ଼ମ୍ବରରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

‘ଧରିତ୍ରୀ’ ଫଟୋ ସାମ୍ବାଦିକ ଶ୍ରବଣ ପଧାନଙ୍କ ଅକାଳ ବିୟୋଗ

ଆଜି ଭୋର ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ନିବାସୀ ଫଟୋ ସାମ୍ବାଦିକ ଶ୍ରବଣ କୁମାର ପଧାନଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କୁ ୫୩ ବର୍ଷ ହୋଇଥିଲା ।

ସେ ବହୁ ବର୍ଷ ହେଲା ଦୈନିକ ଖବର କାଗଜ ‘ଧରିତ୍ରୀ’ର ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟକରି ଆସୁଥିଲେ । ସେ ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଜଣେ ବରିଷ୍ଠ ସଦସ୍ୟ ଥିଲେ ।

ଭିନ୍ନକ୍ଷମ ଶିଶୁ ପାଳନ କଲେ ରକ୍ଷା ବନ୍ଧନ

ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରେଆର ତରଫରୁ ଆଜି ଗୋକର୍ନେଶରପଡା ଡେକେଆର ଥେରାପି କେନ୍ଦ୍ର ଠାରେ ଭିନ୍ନକ୍ଷମ ଶିଶୁମାନେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ଷାବନ୍ଧନ ପାଳନ କରିଛନ୍ତି।

ରେଆର ସମ୍ପାଦକ ଅନଙ୍ଗ ନେଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡେ କେଆର ଥେରାପି କେନ୍ଦ୍ରର ମିତାଲି ସାହୁ ଉପସ୍ଥିତ ଥିଲେ।

ପିକଅପ ଭ୍ୟାନ ଦୁର୍ଘଟଣାରେ 14 ଶ୍ରମିକ ଆହତ

ଆଜି ଅପରାହ୍ନରେ ବିନିକା -ସୋନପୁର ରାସ୍ତାର ଉର୍ଲେ ଛକ ନିକଟରେ ଏକ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ 14 ଜଣ ଶ୍ରମିକ ଆହତ ହୋଇଛନ୍ତି l

ଉଫୁଲା କୃଷି ସେବା ସମବାୟ ସମିତିର ପ୍ରଥମ ବୈଠକ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା କୃଷି ସେବା ସମବାୟ ସମିତିର ପ୍ରଥମ ବୈଠକ ସଭାପତି ବୀରକିଶୋର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଙ୍ଗାମୁଣ୍ଡା ଗୋଷ୍ଠୀ କେନ୍ଦ୍ର ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆସନ୍ତା ୧୫ ତାରିଖ ମଧ୍ୟରେ ସ୍ବଚ୍ଛତା ରକ୍ଷା ପୂର୍ବକ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ସମ୍ପାଦନ କରିବା , ରୁଣି ଚାଷୀଙ୍କ ସଠିକ୍ ସମୟରେ ସାର ଯୋଗେଇ ଦେବା, ସମବାୟ ସମିତିର ସ୍ଥାୟୀ ପଟ୍ଟା ମିଳିବା ଦିଗରେ ପଦକ୍ଷେପ ନେବା ବିଷୟରେ ଆଲୋଚନା ହୋଇଥିଲା ।

ବନ୍ୟା ଆଶ୍ରୟସ୍ଥଳୀରେ ଯନ୍ତ୍ରାଂଶ ପରୀକ୍ଷା

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂର୍ବରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଟିକ୍ରାପାଡାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ, ବୀରମହାରାଜପୁର ଅଗ୍ନିଶମ ବିଭାଗ ଦ୍ୱାରା ଅଗ୍ନିଶମ କନିଷ୍ଟ ଅଧିକାରୀ ଭରତଲାଲ ଏକ୍କାଙ୍କ ନେତୃତ୍ୱରେ ଏକ ୩ ଜାଣିଆ ଟିମ ଆସି, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ସମସ୍ତ ଯନ୍ତ୍ରାଂଶ ଠିକ ଅଛି ନାଁ ନାହିଁ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି l

ତେବେ ଏହି କାର୍ଯ୍ୟକ୍ରମରେ ସୁବଳୟା ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀର ସ୍ଥାଇ ସଭାପତି ପ୍ରୋମଦ କୁମାର ମହାପାତ୍ର ଏବଂ ସମ୍ପାଦକ ଚକ୍ରଧର ପୋଢ଼ ଉପସ୍ଥିତ ଥିଲେ l

ଷଣ୍ଢା ଗ୍ରାମରୁ ଆରମ୍ଭ ହେଲା କଂଗ୍ରେସ ପକ୍ଷରୁ ସ୍ବାଧିନତାର ଗୌରବ ଦିବସ ପାଳନ

ଆଜି ଝିପି ଝିପି ବର୍ଷା ପାଗ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଷଣ୍ଢା ଗ୍ରାମରୁ ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧିନତାର ଗୌରବ ଦିବସ ପାଳନ କରାଯାଇଥିଲା ।

ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Nuakhai wishes