ବିଜୟାଦଶମୀରେ ଉତ୍ସବ ମୁଖର ଲଛିପୁର

ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ହାଟପଦା ନିକଟରେ ଚାଲିଥିବା ଦୁର୍ଗା ପୂଜାରେ ବହୁସଂଖ୍ଯାରେ ମା’ ଦୁର୍ଗାଙ୍କ ଆଶିର୍ବାଦ ପାଇଁ ଆସୁଛନ୍ତି ଭକ୍ତ।

ପଣ୍ଡିତ ଲୋକନାଥ ପୂଜାରୀ ଚଣ୍ଡି ପାଠ କରିଥିଲେ। ପଣ୍ଡିତ ସନତ ମିଶ୍ର ସମସ୍ତ ଦାୟିତ୍ଵ ନିର୍ବାହ କରୁଛନ୍ତି।

ସୁବଳୟା ଥାନାରେ ଦଶହରା ପୂଜା ଅନୁଷ୍ଠିତ

ଆଜି ପବିତ୍ର ବିଜୟା ଦଶମୀ ଉପଲକ୍ଷେ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ମା ଦଶଭୁଜାଙ୍କ ଦଶହରା ପୂଜା ରୀତିନୀତି ମୁତାବକ ଅନୁଷ୍ଠିତ ହୋଇ ଯାଇଛି l

ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା ଦଶଭୁଜା

ଆଜି ପବିତ୍ର ବିଜୟା ଦଶମୀ ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା ଦଶଭୁଜା l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁବଳୟା ଶକ୍ତି ପୀଠରେ l

ଚଉକା ଶିବ ମନ୍ଦିରରେ ଚଣ୍ଡୀ ପାଠ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚଉକା ଶିବ ମନ୍ଦିର ଠାରେ ନବମୀ ପୂଜା ଅବସରରେ ଆଜି ଚଣ୍ଡୀ ପୂଜା ଅନୁଷ୍ଠିତ ହୋଇଛି।

ଗତ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ଦେବୀ ପୀଠରେ ମହାଗୌରୀ ପୂଜା ଅନୁଷ୍ଠିତ

୫୧ବର୍ଷରେ ପଦାର୍ପଣ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ନବରାତ୍ର ଦୁର୍ଗାପୂଜାର ଆଜି ଅଷ୍ଟମ ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ପୀଠରେ ମହାଗୌରୀ ପୂଜା ଅନୁଷ୍ଠିତ ହୋଇଛି ।

ଏଥିରେ ମୁଖ୍ୟ ପୂଜକ ଭାବେ ଶଙ୍କର ପ୍ରସାଦ ପଣ୍ଡା ଓ ସହଯୋଗୀ ପୂଜକ ଭାବେ ଅରବିନ୍ଦ ନାୟକ,ଭାବଗ୍ରାହୀ ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରିଥିଲେ।ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ହୋଇଥିଲା ।

ଦୁର୍ଗା ବେଶରେ ଦର୍ଶନ ଦେଲେ ମା’ ଚରଦେଇ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ବାବାଙ୍କ ପରିସରରେ ଥିବା ମା’ ଚରଦେଇ ପୀଠରେ ଚାଲିଥିବା ନବରାତ୍ର ପୂଜା ଅଷ୍ଟମୀ/ନବମୀ ଅବସରରେ ଚରଦେଇ ଦେବୀ ମା’ ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l

ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ ଯୋଗୁଁ ଦେହରେ ଶତସିଂହର ବଳ ଆପେ ଆପେ ଆସିଥାଏ, ଜଗତ ଉଦ୍ଧାର ହୁଏ, ଅନ୍ୟାୟ,ଅତ୍ୟାଚାର ବିଲୁପ୍ତ ଘଟିଥାଏ ଓ ଭକ୍ତର ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା।

ଲଛିପୁର ଦୁର୍ଗାପୂଜା ଚଣ୍ଡି ପାଠ ସହ ସନ୍ଧିପୂଜା

ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ହାଟପଦା ନିକଟରେ ମା’ଙ୍କର ପୂଜାର୍ଚ୍ଚନାରେ ଅଷ୍ଟମୀ ପୂଜା ସହ ସନ୍ଧିପୂଜା ଚଣ୍ଡି ପାଠ ଅନୁଷ୍ଠିତ ହୋଇଯାଇଛି।

ପୂଜାର୍ଚ୍ଚନା କରିଥିଲେ ପଣ୍ଡିତ ଲୋକନାଥ ପୂଜାରୀ।

ମା’ ସୁରେଶ୍ଵରୀଙ୍କ ମହିଷାସୁର ମର୍ଦିନୀ ବେଶ

ଆଜି ନବରାତ୍ରର ଅଷ୍ଟମ ଦିନରେ ସୋନପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ମହିଷାସୁର ମର୍ଦିନୀ ବେଶ ଅନୁଷ୍ଠିତ ହୋଇଯାଇଛି।

ମା’ଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି।

ବିନିକାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ସୁବର୍ଣ୍ଣପୁର ବିନିକା ସହର ସମେତ ବ୍ଳକ ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି ।

ଆଜି ମଧ୍ୟାହ୍ନ ପ୍ରାୟ ୨ଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି। ଫଳରେ ପାର୍ବଣ ମାହୋଲ ଭକ୍ତଙ୍କ ପାଇଁ ଫିକା ପଡ଼ିଥିବା ବେଳେ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ କରିଛି ।

ଭଉଣୀ ପାଇଁ ଘରଘର ବୁଲିଲେ ମା’ ମାହେଶ୍ୱରୀ

ପୁଅ ଜୁଇନ୍ତିଆ ଠାରୁ ୧୬ଦିନ ଧରି ଚାଲିଥିବା ଷୋହଲ ପୂଜା ଗତକାଲି ସଂପୂର୍ଣ୍ଣ ହେବା ପରେ ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ ଇଷ୍ଟଦେବୀ ମା’ ମାହେଶ୍ୱରୀ ଦେବୀଙ୍କ ଛତର ଓ ବାଡ଼ି ଦେବତା ଢୋଲ,ନିଶାନ ବାଦ୍ୟର ତାଳେ ତାଳେ ଗ୍ରାମ ପରିକ୍ରମା ପୂର୍ବକ ସମସ୍ତଙ୍କ ଘର ଦ୍ଵାରକୁ ଯାଇଥିଲେ l

ଦେବୀଙ୍କ ଆସିବା ପଥକୁ ଅପେକ୍ଷା କରିଥିବା ଭଉଣୀମାନେ ଭାଇର ଶୁଭ ମନାସି ପାଇଁ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।

Nuakhai wishes