ମୁର୍ଷୁଣ୍ଢି ୫-ଟି ହାଇସ୍କୁଲ ପରିଦର୍ଶନ କଲେ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ଛାତ୍ରଛାତ୍ରୀ ଶନିବାର ମୁର୍ଷୁଣ୍ଢି ୫-ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ।

ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ସ୍କୁଲର ୫୨ଜଣ ଛାତ୍ରଛାତ୍ରୀ ସ୍କୁଲ ପରିଦର୍ଶନ କରି ପାଠାଗାର, ବିଜ୍ଞାନଗାର, ସ୍ମାର୍ଟ କ୍ଲାସରୁମ, କମ୍ପ୍ୟୁଟର ଶିକ୍ଷା ଓ ସ୍କୁଲର ସାଜସଜ୍ଜା ଆଦି ବୁଲି ଦେଖିଥିଲେ ।

ବିଭିନ୍ନ ବିଦ୍ୟଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ

ଶନିବାର ବୀରମହାରାଜପୁର ବାଳକ ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ବିଭିନ୍ନ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି ।

ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଗଣଧାରଣା

ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ପାଣିରେ ଭାସୁଥିବା ବ୍ୟକ୍ତିଙ୍କ ଉଦ୍ଧାର ନେଇ ପ୍ରଶିକ୍ଷଣ

ଓଡ଼ିଶା ଡିଜାଷ୍ଟର ମେନେଜମେଣ୍ଟ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଓ ସ୍ପୋର୍ଟସ କ୍ଲବ ତତ୍ତ୍ଵାବଧାନରେ ଚାଲିଥିବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିରର ଆଜି ଚତୁର୍ଥ ଦିବସରେ ଭାଗ ନେଇଥିବା ଯୁବକ ଯୁବତୀମାନେ ବିନିକା ମହାନଦୀ ବ୍ରିଜ ତଳେ ପ୍ରବାହିତ ପାଣିରେ ଭାସୁଥିବା ବ୍ୟକ୍ତିଙ୍କୁ କିପରି ଉଦ୍ଧାର କରଯାଏ ସେନେଇ ରିସୋର୍ସ ପର୍ସନ ସୁଦାମ ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ ।

ବୀରମହାରାଜପୁର ବିଜେଡି ପକ୍ଷରୁ ପଦଯାତ୍ରା ପାଇଁ ପ୍ରସ୍ତୁତି

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବିଜେଡି ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ପାଇଁ ଗୁରୁବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ନାରାୟଣ ଲୁହାଙ୍କ ଏଥରେ ସଭାପତିତ୍ବ କରିଥିଲେ ।

ସିଡିସି ନିର୍ଦେଶକଙ୍କ ବୀରମହାରାଜପୁର ମହାବିଦ୍ୟାଳୟ ପରିଦର୍ଶନ

ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କଲେଜ ଡେଭଲପମେଣ୍ଟ କାଉନସିଲ (ସିଡିସି) ନିର୍ଦେଶକ ଡ଼କ୍ଟର ବିଘ୍ନେଶ ପ୍ରସାଦ ମିଶ୍ର, ଡେପୁଟି ରେଜିଷ୍ଟାର ଡ଼କ୍ଟର ବିଶ୍ୱଜିତ ବେହେରା, ସିଡିସି ବରିଷ୍ଠ ସେକ୍ସନ ଅଫିସର ଅକ୍ଷୟ ସେଠି ପ୍ରମୁଖ ପରିଦର୍ଶନରେ କରିଥିବା ଜଣାଯାଇଛି ।

ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବୁଧବାର ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ୯୦ ଜଣ ଶ୍ରବଣ ବାଧିତ, ୮୦ ଜଣ ମାନସିକ ରୋଗୀ, ୨୦୫ ଜଣ ଶାରୀରିକ ବିକଳାଙ୍ଗ, ୫୫ ଜଣ ଦୃଷ୍ଟି ବାଧିତ, ୩୫ ଜଣ ଶିଶୁରୋଗୀ ଓ ୨୫ ଜଣ ରକ୍ତହୀନତାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇଥିଲା ।

ବିଡିଓଙ୍କ ପ୍ରସ୍ତାବିତ ୫ଟି ହାଇସ୍କୁଲ ପରିଦର୍ଶନ

ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ଓ ଅମରପାଲି ଠାରେ ପ୍ରସ୍ତାବିତ ୫-ଟି ହାଇସ୍କୁଲକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନିତ୍ ଲାକ୍ରା ଓ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ସାହୁ ପ୍ରମୁଖ ପରିଦର୍ଶନ କରିଛନ୍ତି ।

ଆତ୍ମ ନିର୍ଭର କୃଷକ ସଚେତନତା ଅଭିଯାନ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବାବେଳେ କୃଷକମାନଙ୍କ ଆର୍ଥିକ, ସାମାଜିକ ଓ ମାନସିକ ସ୍ଥିତିରେ ଉନ୍ନତି ଓ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର କୃଷି ଓ ଗ୍ରାମ ବିକାଶ ପ୍ରଭାଗ ‘ରାଜଯୋଗ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ’ ପକ୍ଷରୁ ଆତ୍ମ ନିର୍ଭର କୃଷକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ଠାରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଉପକେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ଲକ ସରପଞ୍ଚ ସଂଘର ସଭାନେତ୍ରୀ ତଥା ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଶୁଭାରମ୍ଭ କରିଥିଲେ ।

ସହିଦ୍ ବିଭିଷଣ ସ୍ମାରକୀ କ୍ରିକେଟ : ଲାଲ ସ୍ପୋର୍ଟିଙ୍ଗ ସେମିଫାଇନାଲରେ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତର ପଣ୍ଡିଆପାଲି ଗ୍ରାମରେ ମଙ୍ଗଲବାର ୧୫ତମ ସହିଦ୍ ବିଭିଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଗୁଞ୍ଜିପାଲି ଦଳକୁ ହରେଇ ସୋନପୁରର ଲାଲ ସ୍ପୋର୍ଟିଙ୍ଗ ସେମିଫାଇନାଲରେ ପ୍ରବେଶ କରିଛି ।

Nuakhai wishes