ବଡଖମାର ଗ୍ରାମରେ ଭୀମ ପାଠଶାଳାର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡ଼ ଖମାର ଗ୍ରାମରେ ଭୀମ ଆର୍ମି ତରଫରୁ ଭୀମ ପାଠସାଳାର ଶୁଭ ଉଦଘାଟନ, ସଭାପତି ଅନାଦି ଜଗଦଲାଙ୍କ ହୋଇ ଥିବାବେଳେ, ପାଠଶାଳାରେ 25 ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ କରିବା ସହିତ, ତାଙ୍କୁ ଭୀମ ଆର୍ମି ତରଫରୁ ପୁସ୍ତକ, ଖାତା ଓ କଲମ ଏବଂ ସୀସା ବଣ୍ଟନ କରାଯାଇଛି l

ରାମେଶ୍ଵର ରାମଚ଼ଣ୍ଡୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

ଆଞ୍ଚଳିକ କୁଲୁତା ସମାଜ କୁଟାସିଂହା କେନ୍ଦ୍ର ଆନୁକୁଲ୍ୟରେ ଆଜି ରମେଶ୍ୱର ରାମଚଣ୍ତିଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି ଲ

ସମାଜର ସଭାପତି ଅନିରୋଦ୍ଦ ପାତ୍ରଙ୍କ ସଭାପତିତ୍ବରେ ସଂପାଦକ ସଦାନନ୍ଦ ପଧାନ ଉପଦେଷ୍ଟା କମିଟିରେ ନକୁଲ ପାତ୍ର, ଗୋବର୍ଦ୍ଧନ ସାହୁ , ସମେତ ସମସ୍ତ କୁଲୁତା ସମାଜର ସଭ୍ଯ ସହଯୋଗ କରିଥିଲେ l

ଖଣ୍ଡହତାରେ ଗଜଲକ୍ଷ୍ମୀ ପୂଜା ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଛକ ଠାରେ ଆଜି ୧୪ ତମ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି।

ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମଧୁ ମହାକୁର ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।‌ ଏହି ଅବସରରେ ଆଜି ଠାରୁ ପ୍ରତ୍ୟେକ ଦିନ ରାମାୟଣ ପାରାୟଣ ସହ ଜଳନ୍ଧର ଦରବାର , ମୀନା ବଜାର ସାଙ୍ଗକୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।‌

ବୀରମହାରାଜପୁରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି।

ଏଥିରେ ପ୍ରଧାନ ଆଚାର୍ଯ୍ୟ, ସହଯୋଗୀ ଆଚାର୍ଯ୍ୟ ଫକୀର ସାହୁ, ଆକାଶ କୁମାର ବିଶ୍ଵାଳ ଉପସ୍ଥିତ ଥିଲେ।

ମୃର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃର୍ଷୁଣ୍ଢୀ ଠାରେ ୪୦ ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ନିକଟସ୍ଥ ପୋଖରୀ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତଙ୍କୁ ଆବାହନ କରି ଏକ ଆଧ୍ୟାତ୍ମିକ ପରିବେଶରେ ବହୁ ସଂଖ୍ୟକ ମହିଳା ପୁରୁଷ ପୂର୍ଣ୍ଣ କଳସୀ ଧରି ଏକ ଶୋଭାଯାତ୍ରାରେ ବାହାରି ପୂଜା ମଣ୍ଡପ ସ୍ଥାପନ କରିଥିଲେ।

ଉତ୍ତରପ୍ରଦେଶ ମନଗଡରେ ଚମକାଇଲେ ଫୁଲମୁଠି ଘଣ୍ଟବାଦ୍ୟ

ଉତ୍ତରପ୍ରଦେଶ ରାଜ୍ୟ ମନଗଡ ସ୍ଥିତ ଜଗତଗୁରୁ ଶ୍ରୀ କୃପାଲୁଜି ମହାରାଜାଙ୍କ ଆଜି ୧୦୦ତମ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଟିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଫୁଲମୁଠି ମା’ ମାହେଶ୍ୱରୀ ଘଣ୍ଟବାଦ୍ୟ ଦଳର ସଦସ୍ୟମାନଙ୍କ ଦ୍ଵାରା ପରିବେଷଣ ଘଣ୍ଟବାଦ୍ୟ ଉତ୍ସବକୁ ସରଗରମ କରିବା ସହ ଉପସ୍ଥିତ ଆଧ୍ୟାତ୍ମିକ ପ୍ରେମୀଙ୍କ ମନକୁ ଛୁଇଁଥିଲେ।

ଖଣ୍ଡହତାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ୧୪ ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ନିକଟସ୍ଥ ପୋଖରୀରେ ଗଙ୍ଗାମାତଙ୍କୁ ଆବାହନ ଏକ ଆଧ୍ୟାତ୍ମିକ ପରିବେଶରେ ବହୁ ସଂଖ୍ୟକ ମହିଳା ପୁରୁଷ ପୂର୍ଣ୍ଣ କଳସୀ ଧରି ପୂଜା ମଣ୍ଡପ ସ୍ଥାପନ କରିଥିଲେ। ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।

ବିନା କୌଣସି କୋଚିଂରେ ଓପିଏସସିରେ ସଫଳତା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ ପଞ୍ଚାୟତର ହିକୁଡ଼ି ଗ୍ରାମର ସମାଜସେବୀ ରାଜୀବ ଲୋଚନ ଗୁରୁ ଓ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ରଙ୍କ କନିଷ୍ଠ ପୁଅ ରାମକୃଷ୍ଣ ସତ୍ୟରାଜ ଗୁରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟସ୍ତରରେ ୧୮ତମ ସ୍ଥାନ ଅଧିକାର କରି ନିଜ ଜିଲ୍ଲା ତଥା ଅଞ୍ଚଳକୁ ଗୌରବାନ୍ଵିତ କରିଛନ୍ତି ।

ସେ ପ୍ରଥମ ଚେଷ୍ଟାରେ ଓ ବିନା କୌଣସି କୋଚିଂରେ ଏହି ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ସାମାଜିକ ସୁରକ୍ଷା, ମିଶନ ଶକ୍ତି, ଗ୍ରାମ୍ୟ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଛନ୍ତି । ସମ୍ପ୍ରତି ସେ ରାୟପୁର ସ୍ଥିତ ଇନ୍ଦିରା ଗାନ୍ଧୀ କୃଷି ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାଯାଇଛି ।

ଆଜିଠାରୁ ମା ମାହେଶ୍ୱରୀଙ୍କ ତିନିଦିନାତମ୍ମକ ପୂଜାରମ୍ଭ

ଆଜିଠାରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର ମାହେଶ୍ୱରୀ ପୀଠରେ, ମା ମହେଶ୍ୱରୀଙ୍କ ତିନିଦିନାତମ୍ମକ ପୂଜା ଆରମ୍ଭ ହୋଇ ଯାଇଛି l

ଆସନ୍ତା ୧୨ରେ ବୀରମହାରାଜପୁରରେ ଅନୁଷ୍ଠିତ ହେବ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଆସନ୍ତା ୧୨ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ତରଫରୁ, ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଏକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବ୍ଲକ ପ୍ରଶାସନ ତରଫରୁ ଡକାଵାଜି ଯନ୍ତ୍ର ଲଗା ଗାଡି ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି l

Nuakhai wishes