ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ସହର

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ସ୍ଥାନରେ ଆଲୋକିକରଣ ସହ ଦୁଲୁକୁଛି ସମ୍ବଲପୁର ସହର।

ଗତକାଲି ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଜି ଭୋଳାବାବା ବରବେଶ ସାଜି ଶୋଭାଯାତ୍ରାରେ ବାହାରିବେ ।

ସମ୍ବଲପୁର ବ୍ୟାଙ୍କ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ

ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ବଲପୁର ଶାଖାରେ ଆଜି ଅପରାହ୍ନରେ ବ୍ୟାଙ୍କରେ କର୍ମଚାରୀମାନେ କାମ କରୁଥିବା ସମୟରେ ହଟାତ ବ୍ୟାଙ୍କରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।

ତେବେ ଏଥିରେ ବ୍ୟାଙ୍କରେ ଥିବା ଅଧିକାଂଶ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ତେବେ ବ୍ୟାଙ୍କ କର୍ମଚାରୀମାନଙ୍କ ଠାରୁ ଅଗ୍ନିକାଣ୍ଡର ସୂଚନା ପାଇ ସମ୍ବଲପୁର ଅଗ୍ନିଶମ କେନ୍ଦ୍ରର ଏକ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି।

କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକ

ଆଜି ସମ୍ବଲପୁର ଜିଲ୍ଲା ଜୁଯୋମୁରା ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗାମୀ ୫ ତାରିଖ ଜୁଯୋମୁରା ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜୁଯୋମୁରା ବ୍ଳକର ବହୁ ବିଜେପି ନେତା ବୈଠକରେ ଯୋଗ ଦେଇଥିଲେ ।

ପାନୀୟ ଜଳ ସମସ୍ୟା ନେଇ ବିଡ଼ିଓଙ୍କୁ ଘେରାଉ

ଆଜି ସମ୍ବଲପୁର ଜିଲ୍ଲା ଜୁଯୋମୁରା ପଞ୍ଚାୟତର ଜନପ୍ରତିନିଧିମାନେ ପଞ୍ଚାୟତର ସମଗ୍ର ଅଞ୍ଚଳରେ ଲାଗି ରହିଥିବା ପାନୀୟ ଜଳ ଅସୁବିଧା ଦୁର ପାଇଁ ଜୁଯୋମୁରା ବ୍ଳକର ବିଡ଼ିଓଙ୍କୁ ଘେରାଉ କରିଛନ୍ତି ।

ଏହାସହ ପାନୀୟ ଜଳ ଅସୁବିଧା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

ଅସୁସ୍ଥ ଥିବା ଦନ୍ତାହାତୀର ଚିକିତ୍ସା କଲେ ଓୟୁଏଟି ଟିମ

ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ପଡିଆବାହାଲ ବନବିଭାଗ ରେଞ୍ଚ ଅନ୍ତର୍ଗତ ବଡସାହିର ସେସ୍କନ ମୁର୍ଗାବାଡି ଠାରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରୁଛନ୍ତି ଓୟୁଏଟି ଟିମ ।

ଆଜି ଅସୁସ୍ଥ ହୋଇଥିବା ଦନ୍ତାହାତୀର ଚିକିତ୍ସା ପାଇଁ ଓୟୁଏଟିର ୫ ଜଣିଆ ଟିମ ମୁର୍ଗାବାଡି ପହଞ୍ଚି ଚିକିତ୍ସା କରିଥିବା ଜଣାପଡିଛି । ପଡିଆବାହାଲ ବନବିଭାଗର ସୁଚନା ଅନୁସାରେ, ମୁର୍ଗାବାଡିରେ ଥିବା ହାତିପଲରେ ଥିବା ହାତୀମାନେ ନିଜ ନିଜ ମଧ୍ୟରେ ମାଡ ହୋଇଥିବା ବେଳେ ଏଥିରେ ୧୫ରୁ ୧୮ ବୟସର ଜଣେ ଦନ୍ତାହାତୀ ଆହତ ହୋଇଥିଲା ।

ଗଳା କର୍କଟ ରୋଗୀଙ୍କୁ ୧୦ ହଜାର ସହାୟତା

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବୁର୍ଲା ମେଡିକାଲରେ ଗଳା କର୍କଟ ରୋଗରେ ଚିକିତ୍ସିତ ହେଉଥିବା ଅନୁପ କୁମାର କୁଲୁଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ବିଧାୟିକା ଭାବେ ଡାକ୍ତର ପାଣିଗ୍ରାହୀ ପାଇଁ ଆସୁଥିବା ସମସ୍ତ ରାଶିକୁ ଏହି ଟ୍ରଷ୍ଟ କୁ ପ୍ରଦାନ କରିଛନ୍ତି।

ବଦଳିଲା ମାଆ ସମଲେଇଙ୍କ ସାଧାରଣ ଦର୍ଶନ ସମୟ

ଏବେ ସକାଳ ୬ଟାରୁ ରାତି ୯ ଯାଏଁ ମାଆଙ୍କ ସାଧାରଣ ଦର୍ଶନ ଚାଲିବ। କେବଳ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ଯାଏଁ ଅନ୍ନଲାଗି ବେଳେ ବନ୍ଦ ରହିବ ଦର୍ଶନ।

ଏହା ସହ ଆଳତି ପାଇଁ ରାତି ୮ଟାରୁ ସାଢ଼େ ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।

Nuakhai wishes