ସମ୍ବଲପୁର ଶିତଲଷଷ୍ଠୀ, ଦଶ ଲକ୍ଷ ଜନ ସମାଗମ

ଆଜି ସକାଳ 10 ଟା ରୁ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଚାଲିଥିବା ବେଳେ ପାଗ ଅନୁକୂଳ ଥିବାରୁ ପ୍ରାୟ ଦଶ ଲକ୍ଷ ଜନ ସମାଗମ ହୋଇଥିବା ଆକଳନ କରାଯାଇଛି।

ଗତରାତି ପ୍ରାୟ 12ଟା ରୁ ଶୋଭାଯାତ୍ରା ଆରମ୍ଭ ହୋଇ ନନ୍ଦପଡା ବାଲୁଙ୍କେଶ୍ୱର ବାବା ପୌର ପରିଷଦ ଛକ, ଝାଡୁଆପଡା ଲୋକନାଥ ବାବା ବୈଦ୍ୟନାଥ ଛକ ଓ ମୋଦୀପଡା ଜାଗେଶ୍ୱର ବାବା ଥାନା ଛକ ପର୍ଯ୍ୟନ୍ତ ଭୋର 5ଟା ସୁଦ୍ଧା ପହଂଚି, କଳାକାରମାନେ ବିଶ୍ରାମ ନେଇଥିଲେ।

ମହାଦେବ ଓ ମାତା ପାର୍ବତୀଙ୍କ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା

ସମ୍ବଲପୁର ଶୀତଳଷଷ୍ଠୀ ଅବସରରେ ଆଜି ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଚାଲିଛି।

ବାଜା, ବାଜଣା, ନାଚଗୀତରେ ସମ୍ବଲପୁର କମ୍ପୁଥିବା ବେଳେ ଆଜି ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ।

‘ଶୀତଳ ଷଷ୍ଠୀରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର ପ୍ରଚେଷ୍ଟା କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ଏବଂ ଏବଂ ବାଲିବନ୍ଧାରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହୋଇ କହିଛନ୍ତି।

ଜାଗେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର ଜିଲ୍ଲା ମୋଦୀପଡା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ମା’ ପାର୍ବତୀଙ୍କ ସହ ବିବାହ ସମ୍ପୂର୍ଣ୍ଣ ହୋଇଛି।

ବର ବେଶରେ ସଜ୍ଜିତ ଶ୍ରୀ ଜାଗେଶ୍ୱର ବାବା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ରାତିରେ ପ୍ରତ୍ୟାବର୍ତନ ଶୋଭାଯାତ୍ରା ଆରମ୍ଭ ହୋଇ ଆସନ୍ତାକାଲି ଦିନ ୩ଟାରେ ମନ୍ଦିର ପ୍ରବେଶ କରିବେ।

ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମନ୍ତ୍ରୀ ହେଲେ

ରେଢ଼ାଖୋଲରୁ ଦୁଇଥର ବିଧାୟକ ହୋଇଥିବା ରୋହିତ ପୂଜାରୀ ଆଜି ପ୍ରଥମ ଥର ରାଷ୍ଟ୍ର ମନ୍ତ୍ରୀ ଭାବେ ଇଂରାଜୀରେ ଶପଥ ନେଇଛନ୍ତି l ସେ ପୂର୍ବରୁ ଉପମୁଖ୍ୟ ସଚେତକ ଥିଲେ l ସେ ଓଡିଶା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ମଧ୍ୟ ଅଛନ୍ତି l

ଆଇଆଇଏମ କ୍ୟାମ୍ପସ ବୁଲିଲେ ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଏମ, ସମ୍ବଲପୁରର ନିର୍ମାଣାଧୀନ ନୂତନ ସ୍ଥାୟୀ କ୍ୟାମ୍ପସ ବୁଲି ଦେଖିବା ସହ ଆଇଆଇଏମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସକଙ୍କ ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିଥିଲେ।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶୀତଳଷଷ୍ଠୀରେ ସାମିଲ୍ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଏହା ସହ ଜୁଜୁମୁରା ଠାରେ ବିଶାଳ ‘କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗ ଦେବେ ।

ଠେଲାକୋଳି ଛକରେ ସଡ଼କ ଦୁର୍ଘଟଣା, ଜଣେ ମୃତ୍ୟୁ

ସମ୍ବଲପୁର ଜିଲ୍ଲା ଠେଲାକୋଳି ଥାନା ଅନ୍ତର୍ଗତ ଠେଲକୋଳି ଛକ ରେ ଆଜି ଅଟୋକୁ ଧକ୍କା ଦେଇଛି ଟ୍ରକ

ଘଟଣା ସ୍ଥଳରେ ଅଟୋ ଡ୍ରାଇଭରର ମୃତ୍ୟୁ ହୋଇଛି। ସମ୍ବଲପୁରଠୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ଡାଲା ଅଟୋ ଗାଡିକୁ ଧକ୍କା ଦେଇଥିଲା ଟ୍ରକ୍ଟ।

Nuakhai wishes