ଶିଢି ଚଢ଼ି କୂଅରୁ ବାହାରିଲା ବାଘ

ସମ୍ବଲପୁର ଜିଲ୍ଲା ଚାଳରମାଲ ବଡ଼ହିନ୍ଦୋଳରେ କୂଅରେ ପଡିଥିବା ବାଘକୁ ଶିଢି ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି ।

କୂଅ ଭିତରେ ଶିଢି ପକାଇବାରୁ, ଶିଢି ଚଢି ଚଢି ଲମ୍ଫ ପ୍ରଦାନ କରି ବାହାରକୁ ବାହାରିଛି କଲରାପତରିଆ ବାଘ।

କୂଅରେ ଫସିଛି କଲରାପତରିଆ ବାଘ, ଉଦ୍ଧାର ଉଦ୍ୟମ

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳର ଚାରମାଳ ରେଞ୍ଜ ହିନ୍ଦୋଳ ଘାଟିରେ ଥିବା ପରିତ୍ୟକ୍ତ କୂଅରେ ଏକ କଲରାପତରିଆ ବାଘ ପଡିଯାଇଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ l

ବନ ବିଭାଗ କର୍ମଚାରୀ ପହଞ୍ଚି ବାଘଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି l

ସମ୍ବଲପୁର ଫ୍ଲାଇ ଓଭର ତଳ ରାସ୍ତା ପାଇଁ ଜମି ଅଧିଗ୍ରହଣ ସକାଶେ ଜନ ଶୁଣାଣୀ

ଆଜି ପୂର୍ବାହ୍ନ ୯ଟା ବେଳେ ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜମି ହରାଉଥିବା ବ୍ୟକ୍ତି, ସଂସ୍ଥା ଓ ଜନ ସାଧାରଣ ଯୋଗ ଦେଇ ଏ ରାସ୍ତା ପାଇଁ ୮ ବର୍ଷ ହେଲା ଲୋକେ ନାହିଁ ନ ଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ।

ସରିଲା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ

ସମ୍ବଲପୁରରେ ଶିବ ପାର୍ବତୀଙ୍କ ବିବାହ ପରେ ବିରାଟ ଶୋଭାଯାତ୍ରା ରେ ଦମ୍ପତି ଯୁଗଳ ଦର୍ଶନ ଦେଇ ମନ୍ଦିରରେ ପ୍ରବେଶ ସହିତ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।

ଏହି ଅବସରରେ ପାରମ୍ପରିକ ଗୀତ ବାଦ୍ୟ ସହ ବାହାରୁ ଆସିଥିବା ଲୋକକଳା ଦର୍ଶକଙ୍କ ମନ ମୋହିଥିଲା ।

ତେଲ ଟ୍ୟାଙ୍କର -ଅଟୋ ଧକ୍କା, 3 ମୃତ, 4 ଆହତ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା 49 ନମ୍ବର ଜାତୀୟ ରାଜପଥର ଡବଲକଟା ଛକ ନିକଟରେ ଆଜି ଅପରାହ୍ନରେ ଏକ ତେଲ ଟ୍ୟାଙ୍କର ସହ ଅଟୋର ଧକ୍କା ହେବାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି l

ଆହତ ମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Nuakhai wishes