ପଦ୍ମପୁର ଠାରେ କୃଷକ ସଂଗଠନର ବୈଠକ

ଆଜି ବରଗଡ ଜିଲା ଅଧିନ ପଦ୍ମପୁର ଗୋରୁବଜାରରେ ସଂଗଠନର ସଭାପତି ବାଂଚାନିଧି ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ା

ଏହି ବୈଠକରେ ପଦ୍ମପୁର ଉପଖଣ୍ଡ ଚାଷୀମାନେ ଯୋଗଦେଇ ଗତ ୨୦୨୧ ଖରିଫ ଋତୁର ଫସଲବୀମା ପାଇବା ପାଇଁ ଆଲୋଚନା କରିଥିଲେ

ଲୁଟେରା ଗିରଫ, ଦେଶି ପିସ୍ତଲ ଓ ଟଙ୍କା ଜବତ

ବରଗଡ଼ ଜିଲ୍ଲା ଝାର ବନ୍ଧ ଥାନା ଅନ୍ତର୍ଗତ ଘିଚା ପାଲିର ଏକ ହୋଟେଲରେ ପିସ୍ତଲ ଦେଖାଇ ଟଙ୍କା ଲୁଟ କରିଥିବା ଅଭିଯୋଗରେ ପାଇକମାଲ ଥାନା ଅନ୍ତର୍ଗତ କଟଙ୍ଗ ପାଲିର ମୁକେଶ ସାହୁକୁ ପୋଲିସ ଗିରଫ କରିଛି।

ତା ନିକଟରୁ କିଛି ଟଙ୍କା, ଏକ ଦେଶି ପିସ୍ତଲ, ଏକ ମୋବାଇଲ ଓ ଏକ ବୁଲେଟ ବାଇକ ଜବତ କରାଯାଇଛି।

ପତ୍ରାପାଲି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ

ଆଜି ସକାଳ ୯ଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ପତ୍ରାପାଲି ହରିଜନ ପଡାଠାରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟିକା ସେହ୍ନାଗିଂନୀଛୁରିଆ।

ଉଦଘାଟୀନ ଉତ୍ସବରେ ବୁଗବୁଗା ସରପଂଚ ଶେଷଦେବ ଛନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ବୀମା ରାଶି ପ୍ରଦାନ ଦାବିରେ ସୋହେଲାରେ ରାସ୍ତାରୋକ

୨୦୨୧-୨୨ ଖରିଫ ଚାଷର ବୀମା ରାଶି ପ୍ରଦାନ ଦାବିରେ ଆଜି ସକାଳ ୭ରୁ ସୋହେଲା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂଯୋଗ ସ୍ଥଳ ସୋହେଲା ଛକ ଠାରେ କୃଷକ ବିକାଶ ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଛି।

ହୃଦଘାତରେ ଯୁବ ସମାଜସେବୀଙ୍କ ଦେହାନ୍ତ

ହୃଦଘାତରେ ବରଗଡ ଜିଲ୍ଲା ସୋହେଲା ଥାନା ଇଚ୍ଛାପାଲି ଗାଁର ଜଣା ଶୁଣା କଂଗ୍ରେସ ନେତା ତଥା ସମାଜ ସେବୀ ଜଶୋବନ୍ତ ଭୋଇଙ୍କ ଅକାଳ ବିୟୋଗ ଘଟିଛି।

ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ବିକାଶ ହସ୍ପିଟାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ଅତାବିରା ବ୍ଲକରେ ସ୍ବତନ୍ତ୍ର ପଂଚାୟତ ସମିତି ବୈଠକ

ଆଜି ୧୧ଟା ସମୟରେ ଅତାବିରା ବ୍ଲକ ସଭାଗୃହରେ ପଂଚାୟତ ସମିତିର ସ୍ବତନ୍ତ୍ର ବୈଠକ ବ୍ଲକ ଅଧ୍ଯକ୍ଷା ଗୀତାଜଂଳୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ବିଡିଓ ବିଶ୍ବନାଥ ସାହୁ, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେରକଂ ସମେତ ନବନିର୍ବାଚିତ ସରପଂଚ ଓ ସମିତି ସଭ୍ଯ ସଭ୍ଯା ଯୋଗଦେଇ ପାନୀୟ ଜଳ ଓ ସ୍ବଚ୍ଛତା ଉପରେ ଆଲୋଚନା କରିଥିଲେ

ପ୍ରଫୁଲ୍ଲ ନାୟକ ଗୋବିନ୍ଦପୁର ପଞ୍ଚାୟତର ନୂତନ ସରପଞ୍ଚ ନିର୍ବାଚିତ

ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ପ୍ରଫୁଲ୍ଲ କୁମାର ନାୟକ ନିର୍ବାଚିତ ହୋଇଛନ୍ତି।

ଗତକାଲି ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପଞ୍ଚାୟତର ଜନୈକ ସରପଞ୍ଚଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ କମିଶନ ଭୋଟ ଗ୍ରହଣ ସ୍ଥଗିତ ରଖିଥିଲେ।

ବରଗଡ଼ ହୋଟେଲରେ ଲାଗିଲା ନିଆଁ

ବରଗଡ଼ ଜିଲ୍ଲା ବରାହଗୋଡା ଛକରେ ଥିବା ଲକ୍ଷ୍ମୀ ସାଉଥ ଇଣ୍ଡିଆନ ହୋଟେଲରେ ନିଆଁ ଲାଗୁଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Nuakhai wishes