ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ

ଆଜି ଅତାବିରା ବ୍ଲକ ଅଧିନ ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ରଜକ ସମାଜର ଭାଇ ଭଉଣୀ ମାନେ ଯୋଗଦେଇ ନୂତନ କର୍ମକର୍ତ୍ତା ଚୟନ କରିଥିବା ବେଳେ ସର୍ବସମ୍ମତ କ୍ରମେ ଗୋପାଳ ସେଠ ସଭାପତି ଘୋଷିତ ହୋଇଛନ୍ତି।

ଅତାବିରାରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ

ଆଜି ବରଗଡ ଜିଲ୍ଲା ଅତାବିରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଥିବା ସଂଗଠନର ସଭାପତି ବୀରେନ୍ଦ୍ର କର କହିଛନ୍ତି।

ଏହି ବୈଠକରେ ମଙ୍ଗଳବାର ଦିନ ହେବାକୁ ଥିବା ସଂଗଠନର ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରାଯାଇଥିଲା।

ବିଜୁଙ୍କ ତିରୋଧାନ ଦିବସରେ ସୋହେଲାରେ ରକ୍ତଦାନ ଶିବିର

ଆଜି ସୋହେଲା ଅଗ୍ରସେନ ଭବନଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଶିବିର ଉଦଘାଟନ କରିଥିଲେ। ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଭାପତି ଗୌରହରି ମିଶ୍ର,ମନ ମାଝୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ରଣେଶ୍ଵର ରାମଚଣ୍ତି କଲ୍ୟ‍‍‍ାଣ ମଣ୍ତପରେ ବାର୍ଷିକ ଉତ୍ସବ

ଆଜି ବରଗଡ ଜିଲ୍ଲା ଅତାବିରା ଲାଦେରପାଲି ସ୍ଥିତ ରଣେଶ୍ବର ରାମଚଣ୍ତି କଲ୍ୟାଣ ମଣ୍ତପରେ ବ୍ଲକର ଜନକଲ୍ୟାଣ କୁଇଲତା ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ।

ଦିବାକର ପ୍ରଧାନ ନେତୃତ୍ବରେ ଏହି ବାର୍ଷିକ ଉତ୍ସବ ହେଉଥିବା ବେଳେ ବ୍ଳକର ବିଭିନ୍ନ ଗାଁର କୁଇଲତା ସମାଜ ଲୋକ ସାମିଲ ଥିଲେ ।

ଜାଂଗେଡରେ ସ୍ବଚ୍ଛତା ପକ୍ଷପାଳିତ

ଆଜି ସକାଳେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଜାଂଗେଡ ସ୍ବାସ୍ଥ୍ଯ ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ବଚ୍ଛତା ପକ୍ଷ ପାଳିତ ହୋଇଛି।

ଏଥିରେ ସଂଚାର କଳାକାର ଅଷ୍ଟମୀ ଦୀପ ଓ ତାଙ୍କ ସାଥିମାନେ ସଂଚାର କଳା ମାଧ୍ଯମରେ ଲୋକକୁ ସଚେତନ କରୁଥିଲେ।

ଅତାବିରାରେ ହନୁମାନ ଶୋଭାଯାତ୍ରା ବେଳେ ଧସ୍ତାଧସ୍ତି

ବରଗଡ ଜିଲ୍ଲା ଅତାବିରାରେ ହନୁମାନ ଜୟନ୍ତୀ ପାଇଁ ବଜରଙ୍ଗ ଦଳର ଶୋଭାଯାତ୍ରା ବେଳେ ଭୀମ ଆର୍ମି କର୍ମୀଙ୍କ ସହ ସଂଘର୍ଷମୟ ସ୍ଥିତି ସୃଷ୍ଟି ହୋଇଛି।

ପ୍ରଥମେ ଗୋଡ଼ଭାଗା ଠାରେ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଶୋଭାଯାତ୍ରା ଓ ବଜରଙ୍ଗ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରକାଶ। ତେବେ ଅତାବିରା ପୁଲିସ ଆପୋଷ ସମାଧାନ ପାଇଁ ଚେଷ୍ଟା ଚଲାଇଛି।

ଗଙ୍ଗାଧର ମେହେର ସଦନ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ବରଗଡ଼ ଜିଲ୍ଲା ବରପାଲି ଗଙ୍ଗାଧର ସଦନ ଠାରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଆର ଆମ୍ବେଦକର ଜୟନ୍ତୀ ମଞ୍ଚର ସଭାପତି ତେଜରାଜ ଭୋଇଙ୍କ ସଭାପତିତ୍ୱରେ ଡାକ୍ତର ବି ଆର ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ

ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ ଭୀମ ରାଓ ଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।

ସକାଳୁ କଚେରି ପରିସର ସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ରେନବୋ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ବକ୍ତା ଭାବେ ଶୋଭା ରାମ ତାଣ୍ଡି ଯୋଗଦେଇ ସମାଜ ସୁଧାର ଦିଗରେ ଡଃ ଭୀମ ରାଓ ଓ ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।

ସୁନା ଚେନ ଲୁଟେରକୁ ଗିରଫ କଲା ପୁଲିସ

ବରଗଡ ଜିଲ୍ଲା ପଦ୍ମପୁର ଭେଉରିଆ ଛକରେ ଜଣେ ମହିଳାଠୁ ସୁନା ଚେନ ଲୁଟ ଘଟଣାରେ ଆଜି ପଦ୍ମପୁର ଆଦର୍ଶ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି ।

ଗିରଫ ଲୁଟେରା ଜଣକ ହେଲେ ଦର୍ଲିଗୁଡାର ଗାଁର ଜିତେଶ ସାହୁ । ଘଟଣା ନେଇ ପଦ୍ମପୁର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ଚୋରକୁ କାବୁ କରିବା ସହ ଗୋଟିଏ ବାଇକ ମଧ୍ୟ ଜବତ କରିଛି ।

ବସଷ୍ଟାଣ୍ତରେ ଥଣ୍ତା ପାନୀୟ ଜଳ ପ୍ରକଳ୍ପ ଓ ଷ୍ଟ୍ରିଟ ଲାଇଟ ଉଦଘାଟନ

ଆଜି ବରଗଡ ଜିଲ୍ଲା ଗାଇସିଲାଟ ବ୍ଳକ ଗୁଦେରପାଲି ବସଷ୍ଟାଣ୍ତରେ ଥଣ୍ତା ପାନୀୟ ଜଳ ପ୍ରକଳ୍ପ ସହ ଷ୍ଟ୍ରିଟ ଲାଇଟ ଉଦଘାଟନ ହୋଇଛି।

ଗାଇସିଲାଟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରବୀଣ ବଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।

Nuakhai wishes