ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ଯର ବିପଣୀ ଉଦଘାଟିତ

ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲର ଚାରି ଛକ ଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତାରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟ ର ବିପଣୀ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଉଦଘାଟନ କରିଛନ୍ତି ।

ଏହି ଆଉଟ୍ ଲିଟ ବା ବିପଣୀ କେନ୍ଦ୍ରରେ ମୁଖ୍ୟତଃ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ସହିତ ଅଂଚଳର ଚାଷୀ ମାନଙ୍କୁ ଉପଯୁକ୍ତ ବଜାର ଯୋଗାଇଦେବାର ବ୍ୟବସ୍ଥା ରହିଛି l

ସୋହେଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ରଣାଙ୍କ ପରଲୋକ

୧୯୯୦ ରୁ ପ୍ରାୟ ୧୦ବର୍ଷ ଜନମୁଖ ପତ୍ରିକାରେ ସାମ୍ବାଦିକତା କରିଥିବା ସୋହେଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ରଣା ଆଜି ସନ୍ଧ୍ୟାରେ ତାଙ୍କ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

୫୦ରୁ ଅଧିକ ଥର ରକ୍ତ ଦାନ କରିଥିଲେ ଡମ୍ବରୁଧର

ଆଜି ସନ୍ଧ୍ୟାରେ ପରଲୋକ ଗମନ କରିଥିବା ସୋହେଲାର ଜଣାଶୁଣା ସାମ୍ବାଦିକ ଡମ୍ବରୁଧର ରଣା କେବଳ ସାମ୍ୱାଦିକତା ପାଇଁ ନୁହେଁ ରକ୍ତଦାନ ପାଇଁ ମଧ୍ୟ ଅଞ୍ଚଳରେ ପ୍ରସିଦ୍ଧ ଥିଲେ।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରଣା ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଥର ରକ୍ତ ଦାନ କରି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଥିଲେ।

ପାହାଡ଼ଶ୍ରୀଗିଡା ମାର୍କେଟରେ ଧାନକ୍ରୟ ଆରମ୍ଭ

ବରଗଡ ଜିଲ୍ଲା ଅତାବିରା ନିୟନ୍ତ୍ରିତବଜାର କମିଟି ଅଧିନ ପାହାଡଶ୍ରୀଗିଡା ମାର୍କେଟରେ ଆଜି ଅମଲିପାଲି ଗ୍ରାମର ମା’ ବିରଜା ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ଯମାନେ ଚଳିତ ରବିଋତୁର ଧାନକ୍ରୟ ଆରମ୍ଭ କରିଛନ୍ତି।

ସଂଘର ସଭାନେତ୍ରୀ ସଂଯୁକ୍ତା ମହାପାତ୍ର ଓ ସଂପାଦିକା ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ବରେ ଧାନକ୍ରୟ ଆରମ୍ଭ ହୋଇଛି।

ବରଗଡ଼ ମୁଖ୍ୟ କେନାଲର ପୁନରୁଦ୍ଧାର ଲାଗି 160 କୋଟିର ଟେଣ୍ଡର

ବରଗଡ଼ ମୁଖ୍ୟ କେନାଲର ଉଭୟ ପାର୍ଶ୍ଵ ମାଟି ଖାଇ ଜଳ ପ୍ରବାହ ହ୍ରାସ ପାଇଥିବାରୁ ଏହାର ପୁନରୁଦ୍ଧାର ଲାଗି 160 କୋଟି 33 ଲକ୍ଷ ଟଙ୍କାର ଟେଣ୍ଡରକୁ ବୁଧବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି l

ବ୍ୟାପକ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ବରଗଡ଼ ଓ ସୋନପୁର ଜିଲ୍ଲାର 25 ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ କାର୍ଯ୍ୟକାରୀ ହୋଇଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ବ୍ୟାପକ କରିବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି l

ପୂର୍ବରୁ ବାଦ ପଡ଼ିଥିବା 12 ଟି ଗାଁର 5750 ହେକ୍ଟର ଜମିକୁ ଯୋଜନାରେ ସାମିଲ କରିବାକୁ 185 କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି l

ତଦନ୍ତରେ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ୟୁଜରସ ଫୋରମର

ବରଗଡ ବରାହଗୋଡା ଠାରେ ଅଶୋକା ବିଲଡକନ ବେଆଇନ ଭାବରେ ଟୋଲ ଆଦାୟ କରୁଥିବା ନେଇ ୩୧/୧୨/୨୦୨୦ ରିଖରେ ଜିଲ୍ଲାପାଳ ସଭାଗୃହରେ ୟୁଜରସ ଫୋରମର ଏକ ପ୍ରତିନିଧି ଦଳ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ଏନେଇ ତତନ୍ତ ପାଇଁ କହିଥିଲେ। ହେଲେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତଦନ୍ତ ହୋଇନଥିବା ଫୋରମର କହିଛି। ଏ ନେଇ ଫୋରମର ଆଜି ଜିଲ୍ଲାପାଳଙ୍କୁ ଚିଠି ଲେଖିଛି।

ବରଗଡ ଏସପିକୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି

ଆଜି ପୂର୍ବାହ୍ନ ସମୟରେ ବରଗଡ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସକୁ ଜିଲ୍ଲା ଭାଜପା ପ୍ରତିନିଧିମାନେ ଭେଟି ବରଗଡ ଜିଲ୍ଲାର ଆଇନଶୃଙ୍ଖଳା ଅତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରିବା ସହ ଏହାର ସମାଧାନ ଦାବି ଜଣାଇଥିଲେ।

ଆଲୋଚନା ସମୟରେ ଜିଲ୍ଲା ଭାଜପା ସଭାପତି ଅଶ୍ବିନୀ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ଯ ସୁରେଶ୍ବର ଶତପଥୀ ଓ ଅନେକ ସଦସ୍ଯ ଉପସ୍ଥିତ ଥିଲେ।