ହନୁଆପାଟ ପୀଠରେ ଆଚରଣ ସଂହିତା ଉଲ୍ଲଂଘନ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଗୋଡଭଗା ପଞ୍ଚାୟତ ହନୁଆପାଟ ଦେବୀ ପୀଠ ସ୍ଥାନରେ ଲାଗିଥିବା ଆମ ଓଡ଼ିଆ ନବୀନ ଓଡ଼ିଶା ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ରବିବାର ମଧ୍ଯାହ୍ନ ୧୨ଟା ସମୟରେ ଦେଖିବାକୁ ମିଳିଛି।
ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ। ଆଗକୁ ଦେଖିବାର ଅଛି ପ୍ରଶାସନ ଏଥି ପ୍ରତି କେବେ ଦୁଷ୍ଟି ଦେଉଛି।

ଜାମଟିକ୍ରା ଗ୍ରାମରେ ନଳକୂପ ଅଛି, ହେଲେ ମିଳୁନି ବିଶୁଦ୍ଧ ପାନୀୟ ଜଳ

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗଉଡପଡାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ପଡାରେ ୨ଟି ନଳକୂପ ଅଛି।

ଏବେ ଏହି ୨ ନଳକୂପରେ ଗୋଳିଆ ପାଣି ବାହାରୁଛି ଯାହା କି ପିଇବା ପାଇଁ କି ରୋଷେଇ ପାଇଁ ବ୍ଯବହାର କରିବା ଲୋକେମାନେ ସୁରକ୍ଷିତ ମଣୁ ନାହାଁନ୍ତି। ନଳ କୂପ ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ କହିଛନ୍ତି ଲୋକେ।

ଅତାବିରା ଠାରେ ଖଇର କାଠ ବୋଝେଇ ଟ୍ରକ ଜବତ

ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ G04LB8706 ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି।

ଉକ୍ତ ଖଇର କାଠ ସୋନପୁର ଜିଲ୍ଲା ଡୁଂଗୁରିପାଲି ଠାରେ ଲୋଡ ହୋଇ ସମ୍ବଲପୁର ଝାରସୁଗୁଡା ଦେଇ ହିମାଚଳ ପ୍ରଦେଶ ଯାଉଥିଲା। ଏହି ଟ୍ରକରେ ୧୮ ଟନ ଖଇର କାଠ ଥିଲା। ଯାହାର ଅନୁମାନିକ ମୂଲ୍ଯ ୧୮ ଲକ୍ଷ ଟଙ୍କା ହେବ।

ଅତାବିରାରେ ଇଦ-ଓଲ୍-ଫିତର୍ ପର୍ବ ପାଳିତ

ଆଜି ଅତାବିରା ମୁସଲିମ ସମାଜ ତରଫରୁ ଅତାବିରା ଇଦଗାହରେ ସମାନତା ଓ ସୌହାର୍ଦ୍ଦ୍ୟର ପର୍ବ ଈଦ-ଓଲ୍-ଫିତର୍ ପର୍ବ ପାଳନ କରାଗଲା।ରମଜାନ୍ ମାସରେ ଲଗାତାର ତିରିଶ ଦିନ ପର୍ଯ୍ୟନ୍ତ ଉପବାସ ରହି, ପ୍ରତିଦିନ “ତରାବୀ ନମାଜ୍” ସାମୁହିକ ଭାବେ ମସଜିଦରେ ପାଠ୍ କରାଯାଏ ଏବଂ ରମଜାନ୍ ମାସରେ ସମସ୍ତେ ନିଜ ନିଜର ରୋଜଗାର ଓ ଧନ ସମ୍ପତ୍ତିର ସଞ୍ଚୟ ଅନୁସାରେ “ସଦକା, ଫିତରା ଓ ଜକାତ୍” ନାମରେ ଦାନ କରନ୍ତି ।

“ସଦକା” ନାମରେ ସମସ୍ତେ ନିଜ ମନଖୁସୀ ଅନୁସାରେ କପଡ଼ା, ଲୁଗାପଟା,ଖାଦ୍ୟ,ଟଙ୍କା-ପଇସା ଗରୀବ ଲୋକଙ୍କୁ ସାହାଯ୍ଯ ଅର୍ଥେ ଦାନ କରନ୍ତି।

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ

ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ନିକଟରେ ଏହି ଦୁର୍ଘଟଣା ଘଟିଛି।

୩ ଜଣ ଶ୍ରମିକ ଏନ୍ଏଚ୍ କାମରେ ନିୟୋଜିତ ଥିଲେ।କାମ କରୁଥିବା ବେଳେ ଟ୍ରକ ଚଢ଼ିଯାଇଥିବା ସୂଚନା ମିଳିଛି।

ପିଠାପୋଟଲ ଗ୍ରାମରେ ଆଚରଣ ସଂହିତା ଉଲ୍ଲଂଘନ

ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଜାଂଗେଡ ପଞ୍ଚାୟତର ପିଠାପୋଟଲ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଆମ ଓଡିଆ ନବୀନ ଓଡ଼ିଶାର ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ବୁଧବାର ଅପରାହ୍ନ ୨ଟା ସମୟରେ ଦେଖିବାକୁ ମିଳିଛି।

ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେତେକ ସ୍ଥାନରେ ଥିବା ସରକାରୀ ପୋଷ୍ଟରରେ ପଲିଥିନ ଘୋଡାଇ ଦେଇଥିଲେ ଓ କେତେକ ସ୍ଥାନରେ କାଗଜ ଛାପିଥିଲେ। ପରେ ଝଡ ବର୍ଷା ଯୋଗୁ ସେ ପଲିଥିନ ଓ କାଗଜ ଉଡିଯାଇଛି।

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରକ୍ତଦାନ ଶିବିର

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତ ଗୁର୍ଖାପାଲି ଅମରଜ୍ୟୋତି କ୍ଲବ ଠାରେ ଗ୍ରାମ୍ୟ ଉନ୍ନୟନ କମିଟି ଓ ରାଷ୍ଟିୟ ସ୍ବଂୟ ସେବକ ସଂଘ (ଆରଏସଏସ) ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଥୁଆପାଲି ଲାୟନ୍ସ କ୍ଲବର ସଭାପତି ଅମିୟ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଭୀମସାର ବୁର୍ଲାର ସର୍ଜରୀ ଡାକ୍ତର ଅଭିଷେକ ଦୁବେ, ସାମାଜିକ କର୍ମୀ ସୁରେନ୍ଦ୍ର କଠାର,ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଋଷଭ ପଧାନ ଯୋଗ ଦେଇଥିଲେ।

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରକ୍ତଦାନ ଶିବିର

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତ ଗୁର୍ଖାପାଲି ଅମରଜ୍ୟୋତି କ୍ଲବ ଠାରେ ଗ୍ରାମ୍ୟ ଉନ୍ନୟନ କମିଟି ଓ ରାଷ୍ଟିୟ ସ୍ବଂୟ ସେବକ ସଂଘ (ଆରଏସଏସ) ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଥୁଆପାଲି ଲାୟନ୍ସ କ୍ଲବର ସଭାପତି ଅମିୟ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଭୀମସାର ବୁର୍ଲାର ସର୍ଜରୀ ଡାକ୍ତର ଅଭିଷେକ ଦୁବେ, ସାମାଜିକ କର୍ମୀ ସୁରେନ୍ଦ୍ର କଠାର,ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଋଷଭ ପଧାନ ଯୋଗ ଦେଇଥିଲେ।

ଦିଲ୍ଲୀ ମାରାଥନରେ ଯାଦବ ପୁଅର ସଫଳତା

ଗତ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତାରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର ଶ୍ରୀଯୁକ୍ତ କ୍ଷୀର ମୋହନ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ମେଡାଲ ହାସଲ କରିଥିଲେ।

ସେ ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ଏଥିରେ ବହୁତ ଦୂର ଦୁରାନ୍ତରରୁ ଏବଂ ଅନ୍ୟ ରାଜ୍ୟରୁ ଅନେକ ଲୋକ ଭାଗ ନେଇଥିଲେ। ଏହା ଏକ ଗର୍ବର ବିଷୟ, ତେଣୁ ତାଙ୍କ ପାଖକୁ ଭେଡେନ ବ୍ଲକ ଓ ଅତାବିରା ବ୍ଲକ ଯାଦବ ସମାଜ ଶୁଭେଚ୍ଛା ଜଣାଇଛି।

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡ଼ରେ ରାତିରୁ ଗୁଳିବିନିମୟ ଚାଲିଛି।

କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ମିଳିଛି।

Nuakhai wishes