ଭୁଲିଆବନ୍ଧ ଛକରେ ଲାଗିଲା ମାଓ ବ୍ୟାନର

ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପଦ୍ମପୁର ରାସ୍ତା ମାଝୀ ପାଲି ( ଭୁଲିଆବନ୍ଧ ଛକ ) ମୁଖ୍ୟ ଛକରେ ଆଜି ସକାଳୁ ଏକ ଲାଲ ରଙ୍ଗର ମାଓ ବ୍ୟାନର ଲାଗିଥିବା ସ୍ଥାନୀୟ ଲୋକେ ଦେଖବାକୁ ପାଇଥିଲେ।

ଏହି ବ୍ୟାନରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଅଞ୍ଚଳରେ ଗରିବଙ୍କ ପାଇଁ ଆସୁଥିବା କାମ ମେସିନ ଦ୍ବାରା କରାଯାଉଛି।ଝାରମୁଣ୍ଡା,ଭାଙ୍ଗକୁଦ, ସାହ୍ଲେପାଲି,ମିଠାପାଲି ,ଗୁରୁଣ୍ଡା, ଜାମସେଠ ବରତୁଣ୍ଡାର କେତେକ ଲୋକେ ମାଓ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବା କୁହାଯାଇ ଏଥିରେ ସେମାନଙ୍କୁ ସତର୍କ କରା ଯାଇଛି।

ବରପାଲି ହିମାଦ୍ରୀନଗରରେ କଳସ ଶୋଭାଯାତ୍ରା

ଆଜି ସକାଳେ ବରଗଡ ଜିଲ୍ଲା ହିମାଦ୍ରୀନଗରର ଶହ ଶହ ମହିଳା ଓ ପୁରୁଷ ଏକ ବିରାଟ କଳସ ଶୋଭାଯାତ୍ରାରେ ପୂଜାମଣ୍ଡପରୁ ବାହାରି ନଗର ପରିକ୍ରମା କରିଥିଲେ।

ପାଖ ପୋଖରୀରୁ ପୂଜାର୍ଚ୍ଚନା କରି ପୂର୍ଣ୍ଣଜଳ କଳସ ଆଣି ପୂଜାମଣ୍ଡପରେ ଉପସ୍ଥାପନ କରିଥିଲେ ।

ବରପାଲି ହିମାଦ୍ରୀନଗରରେ କନ୍ୟା ମନୋନୟନ ପର୍ବ

ବରପାଲି ଜଗନ୍ନାଥ ବା ହିମାଦ୍ରୀ ନଗର ଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାମହୋତ୍ସବ ଅବସରେ କୈଳାସ ବାସୀ ବରପକ୍ଷ ଓ ହିମାଦ୍ରୀ ବାସୀ କନ୍ୟା ପକ୍ଷରଙ୍କ ଉପସ୍ଥିତିରେ କନ୍ୟା ମନୋନୟନ ପର୍ବ ସମାପନ ହୋଇଛି ।

ବରପାଲି ରାଜବାଟିରେ ତାରକାସୁରଙ୍କୁ ରାଜ୍ୟାଭିଷେକ

ବରପାଲି ପ୍ରସିଦ୍ଧ ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାମହୋତ୍ସବ ଅବସରରେ ରାଜବାଟି ଠାରେ ତାରକାସୁରଙ୍କୁ ରାଜ୍ୟାଭିଷେକ କରାଇଲେ ଉପ-ଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲ ।

ବରପାଲି ରାଜବାଟିରେ ମହିଳା ବୈଠକି କୀର୍ତ୍ତନ

ବରପାଲି ପ୍ରସିଦ୍ଧ ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାମହୋତ୍ସବ ଅବସରରେ ରାଜବାଟି ଠାରେ ମହିଳା କୀର୍ତ୍ତନ ହୋଇଥିଲା ।

ଏଥିରେ ରଞ୍ଜିତା ହଂସ ଯୋଗଦେଇଥିଲେ ।

ବରପାଲି ହିମାଦ୍ରିନଗରରେ ଗୀତଜ୍ଞାନ ପ୍ରବଚନ

ବରପାଳିର ପ୍ରସିଦ୍ଧ ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାମହୋତ୍ସବ ପ୍ରଥମ ଦିନରେ aji ଜଗନ୍ନାଥନଗର (ହିମାଦ୍ରୀନଗର)ଠାରେ ଗୀତଜ୍ଞାନ ପ୍ରବଚନ ଅନୁଷ୍ଠିତ ହୋଇଛି।

ୟାର୍ଡରୁ ଉଠୁନି ଧାନ; ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼ ଜିଲ୍ଲାରେ ରବିଋତୁ(ଡାଲୁଆ) ଧାନ ସଂଗ୍ରହରେ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ କରି ବରପାଲି ବ୍ଳକ ସତଲମା ଅଞ୍ଚଳର ଚାଷୀମାନେ ଏହାର ପ୍ରତିକାର ଦାବିରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗମ୍ଭାରୀପାଲିରେ ଗରୀବ କଲ୍ୟାଣ ସମ୍ମିଳନୀ

ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଗମ୍ଭାରୀପାଲିରେ ଗରୀବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ବରଗଡ ସାଂସଦ ସୁରେଶ ପୂଜାରୀ,ସାଂସଦ ପ୍ରତିନିଧି ସୁନନ୍ଦା ମେହେର, ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ସୁରେଶ୍ବର ଶତପଥି, ଜିଲ୍ଲା ବିଜେପି ସାଧାରଣ ସଂପାଦକ କୁଶ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

ଆଇପିଏଲ ଫାଇନାଲ ମ୍ୟାଚରେ ବେଟିଂ ଅଭିଯୋଗରେ ୫ ଗିରଫ

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ୧୪ ହଜାର ଟଙ୍କା,‌‌ ୩୦ଟି ମୋବାଇଲ, ୨ଟି ଲାପଟପ, ଏଲସିଡି ମନିଟର ସମେତ ବୈଦ୍ୟୁତିକ ସାମଗ୍ରୀ ଜବତ କରିଛି ପୁଲିସ।

Nuakhai wishes