୭୦ ବର୍ଷୀୟ ମହିଳା ନିଖୋଜ

ବରଗଡ଼ ଜିଲ୍ଲା ବରଡୋଲ ଗ୍ରାମର ମନଭାଙ୍ଗି ମେହେର ,ବୟସ:-୭୦ ବର୍ଷ , ଉଚ୍ଚତା:- ଚାରି ଫୁଟ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ କରିଥିଲେ । ତାଙ୍କର ମାନସିକ ସ୍ଥିତି ସ୍ଥିର ନଥିଲା ।
ତାଙ୍କର ବିଷୟରେ ଯଦି କିଏ ଖବର ପାଇବେ ତାହେଲେ ବରଗଡ଼ ଟାଉନ ଥାନା ଅଥବା ତାଙ୍କ ପୁଅ ସନ୍ତୋଷ ମେହେର ଙ୍କୁ 9777509009 ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ।

ବରପାଲି ଶିବବାବା ବରାତିରେ ସାଂସ୍କୃତିକ ଶୋଭା

ବରପାଲି ଶୀତଳଷଷ୍ଠୀ ଯାତ୍ରାମହୋତ୍ସବର ଶିବବାବାଙ୍କ ବରାତିରେ ସାଂସ୍କୃତିକ ଶୋଭା ମାନଲାଖି ଥିଲା ।

ଏଥିରେ ବ୍ରହ୍ମ।,ବିଷ୍ଣୁ,ଦେବତା, ନାଗ, ଯକ୍ଷ,ମୁନୀ, ଶିବନୁଚରଗଣ ମହାଆନନ୍ଦରେ ନୃତ୍ୟକରୁଥିଲେ ।

ଦୁର୍ଘଟଣାରେ ଆହତ ଯୁବକ ମୃତ

ବରଗଡ଼ ଜିଲ୍ଲା ୫୪ନଂ ଜାତୀୟ ରାଜପଥରେ ସିନ୍ଦୁର ବାହାଲ ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଉଦେପୁର ଗ୍ରାମର ଜୟରାମ ବଢ଼େଇଙ୍କ ଏକ ମାତ୍ର ପୁତ୍ର ନରେନ୍ଦ୍ର ବଢ଼େଇ ଗୋଡ଼ଭଗା ରୁ ଉଦେପୁର ଆସୁଥିବା ବେଳେ ଗତକାଲି ଦୁର୍ଘଟଣା ଗ୍ରସ୍ତ ହୋଇ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ଶବ ସତ୍କାର କରାଯାଇଛି। ତାଙ୍କ ବିୟୋଗରେ ଉଦେପୁରରେ ଗଭୀର ଶୋକ ପ୍ରକାଶ ପାଇଛି।

ହିମାଦ୍ରୀନଗରରେ ତେଲହଳଦୀ ମଖା ଓ ଗଣ୍ଠିଲିଫିଟା କାର୍ଯ୍ୟକ୍ରମ

ଆଜି ବରପାଲି ହିମାଦ୍ରୀନଗରଠାରେ ତେଲହଲଦୀ ମଖା ଓ ଗଣ୍ଠିଲିଫିଟା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।

ଅତିଥିଭାବେ ମନ୍ତ୍ରୀ ସୁଶାନ୍ତ ସିଂ,ଉପ-ଜିଲ୍ଲାପାଳ ସୁଭେନ୍ଦୁ ସାମଲ, ତହସିଲଦାର ଅକ୍ଷୟ ବାଘ ଓ ବିଡ଼ିଓ ତ୍ରିବିକ୍ରମ କୁମୁରା ଯୋଗଦେଇଥିଲେ ।

ବରପାଲିରେ ତାରକାସୁର ଦରବାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ

ବରପାଲି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାମହୋତ୍ସବ ଅବସରରେ ତାରକାସୁରର ଦରବାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଛି ।

ସ୍ଵର୍ଗାଧିପତି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରି ରଙ୍ଗସଭାର ଆୟୋଜନ କରାଯାଇଛି ।

ବରପାଲିରେ ନଟରାଜ ମହୋତ୍ସବ ଓ ବାଣିଜ୍ୟ ମେଳା

ବରପାଲି ପ୍ରସିଦ୍ଧ ଶୀତଳଷଷ୍ଠୀ ଅବସରରେ ନଟରାଜ ମହୋତ୍ସବ ଓ ବାଣିଜ୍ୟ ମେଳା ଆନୁଷ୍ଠାନିକ ଭାବେ ଗତ କାଲି ଉଦଘାଟନ କରିଥିଲେ ଏମଏଲଏ ରିତା ସାହୁ ।

ପରେ ରୁଦ୍ରଜ୍ୟୋତି ସ୍ମରଣିକାକୁ ପୂର୍ବତନ ଏମପି ଡ଼ଃ ପ୍ରଭାସ ସିଂହ ଉନ୍ମୋଚନ କରଥିଲେ । ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବରଗଡ଼ ବ୍ଲକ ବରଡୋଲ ଗ୍ରାମରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଆଜି ଚତୁର୍ଥ ଦିବସରେ କାର୍ତ୍ତିକ ,ଗଣେଶ ତଥା ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ନାନ ପ୍ରତିଷ୍ଠା କର୍ମ ତଥା ନ୍ୟାସ ରୀତିନୀତିରେ ଉପଚାର ତଥା ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ଦିଗ୍ବିଜୟ ତଥା ସଂକୀର୍ଡା ନାଟ୍ୟ ପରିଷଦ ଦ୍ୱାରା ନାଟକ ପରିବେଷଣ କରାଯାଇଛି । ତେବେ ଆସନ୍ତା କାଲି ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହେବ ।

Nuakhai wishes