ଭେଡେନରେ ପୋଲିସର ପ୍ଲେଗ ମାର୍ଚ୍ଚ

ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୋଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଧେଶ କ୍ରମେ ଭେଡେନ ଏରିଆରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି ।

ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସଙ୍କ ନେତୃତ୍ୱରେ  ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ବାସନ୍ତୀକ ନବରାତ୍ର ଦୁର୍ଗା ପୂଜା ପାଇଁ କର୍ତ୍ତା ବରଣ

ବାସନ୍ତୀକ ନବରାତ୍ର ଦୁର୍ଗା ପୂଜା ପାଇଁ କର୍ତ୍ତାବରଣ କରାଯାଇଛି। ସ୍ଥାନୀୟ ଦୁର୍ଗା ମନ୍ଦିରରେ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାସନ୍ତିକ ନବରାତ୍ର ପୂଜା ପାଇଁ କର୍ତ୍ତା ଭାବେ ବାବେବିରା କେନାଲର ବି ବି ଚୌଧରୀ ଓ ପତ୍ନୀ ବି ଲଲିତାଙ୍କୁ କର୍ତ୍ତା ଭାବେ ବରଣ କରାଯାଇଛି। ଦୁର୍ଗା ମନ୍ଦିରର ପୂଜକ ଧରଣୀ ମିଶ୍ର ପୂଜା କାର୍ଯ୍ୟ ସଂପାଦକ କରିଥିବା ବେଳେ ମନ୍ଦିର କମିଟିର ସଭାପତି ଦୈତାରୀ ପ୍ରଧାନ, ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର ବରଣ କରିଥିଲେ।

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂହ ଆଜି ନବୀନ ନିବାସ ଆସି ଇସ୍ତଫା ପତ୍ର ପ୍ରଦାନ କରୁଛନ୍ତି।

୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ।

ବିଜେପି ଛାଡ଼ିଲେ ସୁଶାନ୍ତ ମିଶ୍ର

ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି।

ବରଗଡ଼ର ବିଜେପି ଜିଲ୍ଲା ଉପସଭାପତି ଥିଲେ ସୁଶାନ୍ତ ମିଶ୍ର ।

ଅତାବିରା ଓକିଲ ସଂଘର ସଭାପତି ଭାବେ ଦୁର୍ଯ୍ୟୋଧନ ଛତର ମନୋନୀତ

ଶନିବାର ଦିନ ବରଗଡ ଜିଲ୍ଲା ଅତାବିରା ଓକିଲ ସଂଘ କାର୍ଯ୍ୟାଳୟରେ ଅତାବିରା ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଦୁର୍ଯ୍ୟୋଧନ ଛତର, ଉପ ସଭାପତି ତ୍ରିପୁରାରି ଚାନ୍ଦ, ସମ୍ପାଦକ ହିତେନ୍ଦ୍ରିୟ ପ୍ରଧାନ, କାର୍ଯ୍ୟକାରୀ ସଦସ୍ଯ ମନୋଜ କୁମାର ଷଡଙ୍ଗୀ, ରୋହୀତ କୁମାର ମହାପାତ୍ର, ଦିଲ୍ଲୀପ କୁମାର ସ୍ବାଇଁ, ଧନପତି ବାଦି, ମାନସରଂଜନ ତ୍ରିପାଠୀ ପ୍ରମୁଖ ମନୋନୀତ ହୋଇଛନ୍ତି।

ଜଣେ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣା କଲା ଭେଡେନ ପୁଲିସ

ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀଅଧିନ ଭେଡେନ ପୁଲିସ ଆଜି ଅପରାହ୍ନ ୪ଟା ସମୟରେ ଭେଡେନ ଥାନା ଅଧିନ ଭୂବନପାଲି ଅଞ୍ଚଳରେ ଜଣେ ବ୍ଯକ୍ତିକୁ ଗିରଫ କରି କୋର୍ଟ ଚାଲଣା କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଭେଡେନ ଥାନା ଅଧିନ ଭୂବନପାଲି ଗ୍ରାମର ବଲରାମ ବିଶିଙ୍କୁ ଭୂବନପାଲି ଅଞ୍ଚଳରେ ଗିରଫ କରି କୋର୍ଟ ଚାଲଣା କରିଥିବା ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସ ସୂଚନା ଦେଇଛନ୍ତି।

ଘୁଲିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ତିନିଜଣ ଗୁରୁତ

ବରଗଡ଼ ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ମାନସ କୁମାର।

ତିନିଜଣ ଯାକ ଯୁବକ କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ଗତ ଗୁରୁବାର ଦିନରୁ ସେମାନେ ସମ୍ବଲପୁର ସମଳେଇ ମନ୍ଦିର ଦର୍ଶନ ତଥା ପାଇକମାଲ ସ୍ଥିତ ନୃସିଂହନଥ ମନ୍ଦିର ଦର୍ଶନ କରିବା ପାଇଁ ବାହାରି ଥିବା ବେଳେ ଆଜି ବରଗଡ଼ ଘୁଲିପାଲି ଛକରେ ଏକ ଟ୍ରକ ସହିତ ବାଡେଇ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।

ବିଶ୍ବନାଟ୍ୟ ଦିବସ ପାଳିତ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲରାସରା ପଞ୍ଚାୟତ ଖଇରପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବନାଟ୍ୟ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ନାଟ୍ୟକଳା ଆଗ୍ରହ ସୁଷ୍ଟି କରିବା ସହିତ ନାଟକ ମାଧ୍ୟମରେ ସମାଜରେ ଏକ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ନାମକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ। ଆରମ୍ଭରେ ବରିଷ୍ଠ ଶିକ୍ଷକ ରତ୍ନାକର ମହାପାତ୍ର ବିଶ୍ବନାଟ୍ୟ ଦିବସର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ନାଟ୍ୟକାର ମନୋଜ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସିଲାଟ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲାଟ ଗ୍ରାମରେ ମହା ସମାରୋହରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ସୁରେନ୍ଦ୍ର ଥପା ଓ ତାଙ୍କ ପତ୍ନୀ ସୁଜତା ଥପା।

କଳସ ଶୋଭାଯାତ୍ରା ପରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସନ୍ଧ୍ଯାରେ ବାଟିମୁଣ୍ଡା ଓ ଗୌରଟିକ୍ରାର ମହିଳା ସଂକୀର୍ତ୍ତନ ସହ ନିଲେଇପାଲି, କଟାପାଲି, ଜୁଗିପାଲି ଓ ଗୋଡଭଗା ଗ୍ରାମର ସଂକୀର୍ତ୍ତନ ପରିବେଷିତ ହୋଇଥିଲା। ବ୍ଲକ ଯାଦବ ସମାଜର କର୍ମକର୍ତ୍ତା ସହ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା।

ଚୋରୀ ଅଭିଯୋଗରେ ଜଣେ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣା

ବରଗଡ ଜିଲ୍ଲା ଅଧିନ ଅତାବିରା ପୋଲିସ ଚୋରୀ ଅଭିଯୋଗରେ ଜଣେ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅତାବିରା ଏନଏସି ୧ ନମ୍ବର ଓ୍ବାର୍ଡ ମାର୍କେଟ ପଡାର ଗୋକୁଳାନନ୍ଦ ଜେନାଙ୍କ ଘରୁ ଲାପଟପ୍, ୨ଟି ଗ୍ୟାସ ସିଲିଣ୍ଡର ଚୋରୀ ହୋଇଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗୋକୁଳାନନ୍ଦ।

ଅଭିଯୋଗକୁ ଭିତ୍ତିକରି ଅତାବିରା ପୁଲିସ ଅତାବିରା ଅଞ୍ଚଳର ଜଣେ ବ୍ଯକ୍ତିଙ୍କୁ ଗିରଫ ତାଙ୍କୁ କୋର୍ଟ ଚାଲଣା କରିଥିବା ସହ ଚେ଼ାରୀ ହୋଇଥିବା ଲାପଟପ୍, ଗ୍ୟାସ ସିଲିଣ୍ଡର ଓ ଆହୁରି ଅନେକ ସାମଗ୍ରୀ ଜବତ କରିଛି।

Nuakhai wishes