ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୋର ୩ଟା ୨୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୬୭ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି।

ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ବର ମହାନ୍ତି। ପୁରୀରୁ କାଉନସିଲର୍ ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ମହେଶ୍ବର । ପରେ ୧୯୯୫ରୁ ଲଗାତାର ୫ ଥର ପୁରୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟ ସରକାରଙ୍କ ଅଧିନରେ ସେ ଆଇନ, ପଞ୍ଚାୟତିରାଜ, ରାଜସ୍ବ ବିଭାଗର ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଥିଲେ ।

ରତ୍ନଭଣ୍ଡାର: ଏଏସଆଇକୁ ରିପୋର୍ଟ ତଲବ

ଶ୍ରୀମନ୍ଦିର ଜଗମୋହନ, ରତ୍ନଭଣ୍ଡାର ମରାମତି ମାମଲାରେ ଏଏସଆଇକୁ ବିସ୍ତୃତ ବିବରଣୀ ମାଗିଲେ ହାଇକୋର୍ଟ।

୨୦୧୭ରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି।

ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ଗଜପତି ମହାରାଜା।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି

ଗଜପତି ମହାରାଜା ଦିବ୍ୟସିଂହ ଦେବ କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ନିଷିଧାଞ୍ଚଳରେ ମାଛ ମାରିବାକୁ ଯାଇ ୧୫ ଅଟକ

ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର ମୁହାଣ ନିକଟରୁ ଟ୍ରଲର ଜବତ ହୋଇଛି।

ଗୋଟିଏ ଟ୍ରଲର ସହ ୧୫ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ।

ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଅସୁସ୍ଥ

ଗୁରୁତର ଭାବେ ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସା ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚାଲିଛି।

ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ଅଣା ଯାଇଥିଲା ।

ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା

ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଥିବା ବେଳେ ମେ ୩୧ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବା ମନା କରାଯାଇଛି।

ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରୁ ମାଛ ମାରିବା ବାରଣ କରାଯାଇଛି। ସମୁଦ୍ର କୂଳରୁ ୨୦ କିଲୋମିଟର ଯାଏଁ ମାଛ ମାରିବା ମନା ରହିଛି।

ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ।

ଆସନ୍ତାକାଲି ଦିନ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ।

ଅଣପଞ୍ଜୀକୃତ ହବିଷ୍ୟାଳି ନିଜ ବ୍ୟବସ୍ଥାରେ ରହିବେ: ଅତିରିକ୍ତ ଜିଲ୍ଲାପାଳ

ଅଣପଞ୍ଜୀକୃତ ହବିଷ୍ୟାଳି କେନ୍ଦ୍ରକୁ ନଆସି ନିଜ ବ୍ୟବସ୍ଥାରେ ରହିବେ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।

୩ ହଜାର ୨୪ ପଞ୍ଜୀକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ହୋଇଛି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ।

ଡିସେମ୍ବର ୧୫ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଦାୟିତ୍ୱ ପରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଏହା ପ୍ରଥମ ସମୀକ୍ଷା।

Nuakhai wishes