ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ।

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ କରାଯିବ ପଇତାଲାଗି ନୀତି।

ଶ୍ରୀମନ୍ଦିରକୁ ଗଲା ପୋଢ଼ୁଆଁ ଭାର

ନିଆଳି ମାଧବାନନ୍ଦ ଜୀଉଙ୍କ ପୀଠରୁ ଶ୍ରୀମନ୍ଦିରକୁ ଗଲା ପୋଢ଼ୁଆଁ ଭାର।

ଭାରରେ ପାଟ ବସ୍ତ୍ର, ବିରି, ନଡ଼ିଆ, ଗୁଡ଼, ଛେନା, କଦଳୀ ଆଦି ଅଛି।ପ୍ରଥମାଷ୍ଟମୀ ପାଇଁ ଶ୍ରୀଜିଉଙ୍କ ମାମୁଁ ଘରୁ ଗଲା ପୋଢ଼ୁଆଁ ଭାର।

ଲେଜର ସ୍କାନିଂ ସଂପୂର୍ଣ୍ଣ ହୋଇଥିବା କହିଲେ ଏଏସ୍‌ଆଇ ଅଧୀକ୍ଷକ

ଲେଜର ସ୍କାନିଂ ପରେ ଏବେ ଡକ୍ୟୁମେଣ୍ଟେସନ ହେବ, ସବିଶେଷ ଅନୁଧ୍ୟାନ କରାଯିବ, ଫାଟ ଥିଲେ ପଦକ୍ଷେପ ନେବୁ କହିଛନ୍ତି ଏଏସ୍‌ଆଇ ଅଧୀକ୍ଷକ।

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତମହାପାତ୍ର ସେବାୟତ୍।ଏଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

କୋଣାର୍କରେ ଘରୋଇ ସ୍କୁଲ ବସ୍‌ରେ ନିଆଁ, ଛାତ୍ରଛାତ୍ରୀ ସୁରକ୍ଷିତ

ଗୋପ ବାୟାକୁଦା ଛକ ନିକଟରେ ଟାୟାରରୁ ନିଆଁ ବାହାରିଲା।

ଗୋପରୁ ପିଲାଙ୍କୁ ନେଇ ସ୍କୁଲ ଯାଉଥିଲା ବେଳେ ଧୂଆଁ ବାହାରିଲା। ପିଲାଙ୍କୁ ସୁରକ୍ଷିତ ଭାବେ ବସ୍‌ରୁ ଓହ୍ଲାଇ ନିଆଁ ଲିଭାଗଲା।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଜି ଶ୍ରୀଜିଉଙ୍କ ରାତ୍ର ପହୁଡ଼ ହେବନି

ସେବାୟତଙ୍କ ସହ ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ନେଇଛି।

ପୁରୀ ମେଡିକାଲରେ ଜଣେ ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ

ଭୋର୍‌ରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ହବିଷ୍ୟାଳି।

ତାଙ୍କୁ ମେଡିକାଲ ନିଆଯାଇଥିଲା। ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଛନ୍ତି।ମୃତ ହବିଷ୍ୟାଳି ଜଣଙ୍କ ନୟାଗଡ଼ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ପଞ୍ଚୁକ ପାଞ୍ଚ ଦିନ ବନ୍ଦ ରହିବ ବଡ଼ ଦାଣ୍ଡରେ ଉଠା ଦୋକାନ

ଦୋକାନ ବନ୍ଦ ରହିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଶୃଙ୍ଖଳିତ ଦର୍ଶନ ଲାଗି ମରିଚିକୋଟ ଛକ ଯାଏଁ ବ୍ୟାରିକେଡ୍‌ କରାଯିବ, ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ ରହିବ। ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ୱେଚ୍ଛାସେବୀ ମୁତୟନ ରହିବେ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ ରଖାଯିବ, ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି, ମହିଳା ଶ୍ରଦ୍ଧାଳୁ ଅସୁସ୍ଥ

ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇଛନ୍ତି।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରଦ୍ଧାଳୁ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ପୁରୀ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ହେବ ନବକଳେବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଆଜି ଶହେ କୋଟିର ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି।

ବିଶ୍ବବିଦ୍ୟାଳୟରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ ହେବ। ୫ ମହଲା ମହିଳା ଛାତ୍ରାବାସ, ପୁରୁଷ ଛାତ୍ରାବାସର ବି ଶିଳାନ୍ୟାସ ହେବ।

Nuakhai wishes