କେନ୍ଦ୍ର ସରକାରଙ୍କ ୮ ବର୍ଷର ପୂର୍ତ୍ତି ଅବସରରେ ସମାବେଶ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ନିକଟସ୍ଥ ପାଣିପଞ୍ଚାୟତ ଠାରେ ଆଜି କେନ୍ଦ୍ର ସରକାରଙ୍କ ୮ ବର୍ଷର ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ବିଶାଳ ସମାବେଶ ହୋଇଯାଇଛି ।

ଏଥିରେ ରାଜ୍ଯକାର୍ଯ୍ଯକାରିଣି ସଦସ୍ଯ ବିଭୁତି ପ୍ରଧାନ, ବ୍ଲକ୍ ଅଧ୍ଯକ୍ଷା ଶର୍ମିଷ୍ଠା ଦଳବେହେରା, ବ୍ଲକ୍ ଉପାଧ୍ଯକ୍ଷା ଯଶଶ୍ବିନି ରାଉତ ଯୋଗଦେଇ ଥିଲେ ।

ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ଶିକ୍ଷାନବୀଶ ପାଇଲଟ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିରା ଶାଳ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିବାରୁ ଜଣେ ଟ୍ରେନି ପାଇଲଟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ପ୍ରଫୁଲ୍ଲ ମଲ୍ଲିକ ପୁଣି ହେଲେ କ୍ୟାବିନେଟ ମନ୍ତ୍ରୀ

ପୂର୍ବରୁ ଦୁଇଥର ମନ୍ତ୍ରୀ ଥିବା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଆଜି ପୁଣି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l

ବୁଦ୍ଧେଶ୍ବର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳନ

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିରେ ଆଜି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବାବା ବୁଦ୍ଧେଶ୍ବର ପୀଠରେ ଅନୁଷ୍ଠିତ ହେଉଛି ଦେବ ବିବାହ ବା ଶିବ ପାର୍ବତୀଙ୍କ ବିବାହ ଉତ୍ସବ।

ଏହି ଅବସରରେ ବାବା ବୁଦ୍ଧେଶ୍ବରଙ୍କ ମଙ୍ଗନ କାର୍ଯ୍ଯ ସମ୍ପାଦିତ ହୋଇଛି । ବର ପକ୍ଷରୁ ବିଶ୍ଵମୋହନ ସାହୁ ପ୍ରଣତି ସାହୁ କନ୍ୟା ପକ୍ଷରୁ ହିମାଂଶୁ ଚିନାରା, ଆରତୀ ଚିନାରା ଉପସ୍ଥିତ ରହିଥିଲେ ।

ଫୋନ ପେ ଓ ଗୁଗଲ୍‌ ପେରେ ଏସଡିପିଓଙ୍କ ନିକଟକୁ ଆସୁଥିଲା ଲାଞ୍ଚ ଟଙ୍କା

୩୦ ହାଜର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କ ନିକଟରୁ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଭିଜିଲାନ୍ସ।

ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚରା କରିବା ସହ ଲାଞ୍ଚ ଟଙ୍କା ଦେଇଥିବା ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଆବଶ୍ୟକ ପଡ଼ିଲେ ଏସଡିପିଓଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡ଼ିଭିଜନ ଭିଜିଲାନ୍ସ ଏସପି ।

Nuakhai wishes