୧୦୮ ଜଳରେ ସ୍ନାନ କଲେ ମହାପ୍ରଭୁ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଆଜି ବଳଦେବଜୀଉଙ୍କ ମନ୍ଦିରରୁ ଶ୍ରୀ ଜୀଉମାନେ ବାହାରି ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପରେ ପହଞ୍ଚିଥିଲେ ।

ଏହାପରେ ପୂଜାପଣ୍ଡା ଓ ସେବାୟତମାନେ ଶ୍ରୀ ଜୀଉଙ୍କୁ ୧୦୮ ଜଳରେ ସ୍ନାନ କରାଇଥିଲେ।

ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଆଳତୁମା ଗ୍ରାମରେ ଆଜି ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ସକାଳୁ ମହାପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ କରାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା।

ଢେଙ୍କାନାଳ ବଜାରରେ ମନ କିଣୁଛି ରଜ ପାନ

ଢେଙ୍କାନାଳ ଜିଲ୍ଲା ସଦ ର ବିଭିନ୍ନ ବଜାରରେ ଆଜି ପହିଲି ରଜ ଉପଲକ୍ଷେରେ ପାନ ବିକ୍ରି ହେଉଛି।

ବିଭିନ୍ନ ପ୍ରକାର ପାନ ଖାଇ ଲୋକମାନେ ତା’ର ମଜା ନେଉଥିବା ଦେଖିବାକୁ ମିଳିଛି।

ଗୋବିନ୍ଦପୁରରେ ରଜ ପର୍ବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଆଜି ମହର୍ଷି ଦୟାନନ୍ଦ ସର୍ଭୀସ ମିସନ ତରଫରୁ ରଜ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ରାଜ୍ୟ ସଭା ସଦସ୍ୟ ଶ୍ରୀମତି ସୁଲୋଚନା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ରୋଷେଇ ବେଳେ ଜଳିଗଲେ କଲେଜ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମଗାଁରେ ଆଜି ଜଣେ ଯୁକ୍ତ ଦୁଇ ଛାତ୍ରୀ ଘରେ ରୋଷେଇ କରୁଥିବା ବେଳେ ଅଚାନକ ନିଆଁ ଲାଗିଯାଇ ଜଳିଯାଇଥିଲେ l ତାଙ୍କ ଚିତ୍କାର ଶୁଣି ପଡୋଶୀ ମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି l

ଘଟଣା ବେଳେ ଘରର ସମସ୍ତ ସଦସ୍ୟ ବାହାରକୁ ଯାଇଥିଲେ l

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ଦମ୍ପତିଙ୍କ ଘର କାନ୍ଥରେ କଳା ଅଙ୍ଗାରରେ ଆମେ ବିଷ ପିଇଛୁ ଲେଖା ହୋଇଛି। ଉଭୟ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Nuakhai wishes