ଘର ଭିତରେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ଗଞ୍ଜାମ ଜିଲ୍ଲା ପୋଲସରା ରାଜମହଲ ସାହିରେ ନିଜ ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତକ ବ୍ୟାଙ୍କ ଅଫ୍ ବରୋଦାର କର୍ମଚାରୀ ଥିଲେ। ସେ ଏକୁଟିଆ ରହୁଥିଲେ।

ଦେଶୀ ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ରାସ୍ତାରୋକ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଡେଙ୍ଗାଡିରେ ଦେଶୀ ମଦ ବିକ୍ରିକୁ ବିରୋଧ କରି ଶେରଗଡ଼ ହିଂଜିଳି ଭାୟା ଜଗନ୍ନାଥପୁର ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି ମହିଳା।

ପାୱାର କଟ୍‌କୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ଯୋଗୁଁ ଉଭୟ ପଟୁ ବହୁ ଗାଡ଼ିମୋଟର ଅଟକି ରହିଥିଲା।

ବାରମ୍ବାର ବିଦ୍ୟୁତ କାଟ୍‌କୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବ୍ୟାଙ୍କ ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଲୁଟେରା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ସାଇରନ୍‌ ବାଜିଲା।

ସାଇରନ ବାଜିବାରୁ ଲୁଟେରା ଚମ୍ପଟ ମାରିଥିବା ସୂଚନା ମିଳିଛି।

ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଲାଉଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ବଡ଼ ଝିଅ ଓ ମାଆ ଜୀବିତ ଉଦ୍ଧାର ହୋଇଛନ୍ତି।

ପୂର୍ବ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗାଁରେ ଏହି ଡବଲ ମର୍ଡର ଘଟଣା ଘଟିଛି।

ହତ୍ୟା ପରେ ୨ ଜଣଙ୍କୁ ଜାଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୁଲିସ ପହଞ୍ଚି ଛାନଭିନ କରୁଛି।

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।

ବ୍ରହ୍ମପୁରର ୬ ଜଣିଆ ଟିମ୍‌ କରୁଛନ୍ତି ରେଡ୍।

ଦୁର୍ଘଟଣାଗ୍ରସ୍ତ OSRTC ବସର ଡ୍ରାଇଭର ଗିରଫ

ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣାରେ OSRTC ବସର ଡ୍ରାଇଭରକୁ ଗିରଫ କରିଛି ପୁଲିସ।

କାଲି ଡ୍ରାଇଭର ମାନସ ପ୍ରଧାନଙ୍କୁ ଭୁବନେଶ୍ବରରୁ ଧରିନେଇଥିଲା ଦିଗପହଣ୍ଡି ଥାନା ପୁଲିସ। ଦୁର୍ଘଟଣା ପରେ OSRTC ଡ୍ରାଇଭର ଭୁବନେଶ୍ବର ଖସି ଆସିଥିଲେ।

Nuakhai wishes