ଭଞ୍ଜନଗର JMFC କୋର୍ଟ ଆଗରେ ଯୁବକଙ୍କୁ ହାଣି ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି।ମୃତକ ବୁଦୁଲି ଗାଁର ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଚୋର ଭାବି ପିଟି ମାରିବା ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଅଟକ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଧୁଳ ଗାଁର ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିଛି ପୁଲିସ। ଚୋର ସନ୍ଦେହରେ ବାହର ଅଞ୍ଚଳର ଯୁବକଙ୍କୁ ପିଟିପିଟି ଗୁରୁତର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ।ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ କନ୍ଧମାଳ କୁରୁମୁଙ୍ଗିଆ ଗାଁର ହୋଇଥିବା ସୂଚନା ମିଳିଛି।

୬ଗଣଦୁଷ୍କର୍ମୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍

୨୦୨୪ ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁକ୍ତ-୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ଦୋଷୀଙ୍କୁ ୨୦ ବର୍ଷ ଜେଲ ହୋଇଛି। ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।

କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବିଚ୍ଛିନ୍ନ

ରାସ୍ତା ଉପରେ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ପଡ଼ି ରହିଥିବାରୁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନହେବାରୁ ବଢ଼ିଲା ଅସନ୍ତୋଷ।

ଋଷିକୂଲ୍ୟା ଜିଲ୍ଲା ଦାବିରେ ଓକିଲ ସଂଘର ବିକ୍ଷୋଭ

ବାର୍ ଆସୋସିଏସନ୍‌ ଅଫିସରୁ ତହସିଲ ଅଫିସ୍ ପର୍ଯ୍ୟନ୍ତ ବିରାଟ ରାଲି କରାଯାଉଛି। ଆଇନଜୀବୀଙ୍କ ଆନ୍ଦୋଳନକୁ ୧୭ଟି ସଂଗଠନ ସମର୍ଥନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓକିଲ ସଂଘ।

ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ

ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଆଗରେ ଦୁଇ ଦିନ ଧରି ଲମ୍ବା ଲାଇନ୍‌ ପରେ ରାସ୍ତା ଅବରୋଧ କଲେ ଚାଷୀ। ସାର ପାଇଁ ରାତିରୁ ଆସି ଲମ୍ବା ଲାଇନ୍‌ରେ ଠିଆ ହେବା ପରେ ରାସ୍ତା ଅବରୋଧ କରିଛନ୍ତି। ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଶହ ଶହ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା

ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା ମିଳିଛି।

ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍‌ନିକ୍‌ ସ୍ପଟ୍‌ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍‌କୁ ଆଣିବ ପୁଲିସ।

କୋଦଳା ସବ୍‌ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା କୋଦଳା ସବ୍‌ଜେଲ୍‌ର ବିଚାରାଧୀନ କଏଦୀଙ୍କ କୋଦଳା ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଆଜି ଅସୁସ୍ଥ ଅନୁଭବ ପରେ କୋଦଳା ହସ୍ପିଟାଲ ନିଆଯାଇଥିଲା। ୪୫୦ ଗ୍ରାମ୍ ଅଫିମ ସହ ଧରାପଡ଼ି ଜେଲ୍‌ରେ ଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡରେ ଅଫିସର ସମସ୍ତ ଜିନିଷ ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ି ପାଉଁଶ ହୋଇଯାଇଛି ।

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି।

Nuakhai wishes