ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି: ରାଜନାଥ

ବ୍ରହ୍ମପୁର ସମାବେଶରେ ରାଜନାଥ ସିଂ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ। ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଦେଇଥିଲା ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଦେଇଛି।

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇଥିଲେ।

ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ, ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର ସମୟ। ରାଜ୍ୟରେ ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା କହିଛନ୍ତି ପ୍ରଦୀପ।

ଘର ଭିତରୁ ମାଆ ଓ ୭ବର୍ଷ ପୁଅର ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁରେ ସନ୍ଦେହଜନକ ମୃତ୍ୟୁ ଘଟିଛି।

ଶୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଖଲିପତ୍ର ତୋଳିବା ବେଳେ ମହିଳାଙ୍କୁ ଗୁଳିମାଡ଼

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଛି।

ମହିଳାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ମହିଳା ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଶିକାରୀମାନେ ମହିଳାଙ୍କୁ ଗୁଳିମାଡ଼ କରିଥିବା ସନ୍ଦେହ କରାଯାଉଛି।

ପାରିବାରିକ କଳହରୁ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଏହି ଘଟଣା ଘଟିଛି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ବସ୍‌; ୨ ସ୍କୁଟି ଆରୋହୀ ମୃତ

ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି।

ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ବସ୍‌ ଡ୍ରାଇଭରକୁ ଅଟକ ରଖିଲା ପୁଲିସ। ବସ୍‌ଟି ଆସିକାରୁ ଭୁବନେଶ୍ୱର ଅଭିମୁଖେ ଆସିବା ବେଳେ ଦୁର୍ଘଟଣା ଘଟିଛି।

ଆଜି ସୁଜ୍ଞାନ କୁମାରୀଙ୍କ ଶେଷକୃତ୍ୟ

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ଶେଷକୃତ୍ୟ ହେବ।

ରମ୍ଭା ରାଜପ୍ରାସାଦରେ ଚାଲିଛି ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ। କାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା।ଶଙ୍ଖଭବନ ପରେ ବିଧାନସଭା ପରିସରରେ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି।ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଥିଲେ।

ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଛି।

ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥରର ବିଧାୟିକା ଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଚିକିତ୍ସାଧୀନ ସୁଜ୍ଞାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Nuakhai wishes