ପୂର୍ବ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗାଁରେ ଏହି ଡବଲ ମର୍ଡର ଘଟଣା ଘଟିଛି।

ହତ୍ୟା ପରେ ୨ ଜଣଙ୍କୁ ଜାଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୁଲିସ ପହଞ୍ଚି ଛାନଭିନ କରୁଛି।

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।

ବ୍ରହ୍ମପୁରର ୬ ଜଣିଆ ଟିମ୍‌ କରୁଛନ୍ତି ରେଡ୍।

ଦୁର୍ଘଟଣାଗ୍ରସ୍ତ OSRTC ବସର ଡ୍ରାଇଭର ଗିରଫ

ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣାରେ OSRTC ବସର ଡ୍ରାଇଭରକୁ ଗିରଫ କରିଛି ପୁଲିସ।

କାଲି ଡ୍ରାଇଭର ମାନସ ପ୍ରଧାନଙ୍କୁ ଭୁବନେଶ୍ବରରୁ ଧରିନେଇଥିଲା ଦିଗପହଣ୍ଡି ଥାନା ପୁଲିସ। ଦୁର୍ଘଟଣା ପରେ OSRTC ଡ୍ରାଇଭର ଭୁବନେଶ୍ବର ଖସି ଆସିଥିଲେ।

ଦୁର୍ଘଟଣାଗ୍ରସ୍ତ OSRTC ବସର ଡ୍ରାଇଭର ଗିରଫ

ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣାରେ OSRTC ବସର ଡ୍ରାଇଭରକୁ ଗିରଫ କରିଛି ପୁଲିସ।

କାଲି ଡ୍ରାଇଭର ମାନସ ପ୍ରଧାନଙ୍କୁ ଭୁବନେଶ୍ବରରୁ ଧରିନେଇଥିଲା ଦିଗପହଣ୍ଡି ଥାନା ପୁଲିସ। ଦୁର୍ଘଟଣା ପରେ OSRTC ଡ୍ରାଇଭର ଭୁବନେଶ୍ବର ଖସି ଆସିଥିଲେ।

ଭୁବନେଶ୍ୱରରୁ ବସ୍ ଡ୍ରାଇଭରକୁ ଉଠାଇନେଲା ପୁଲିସ

ଦିଗପହଣ୍ଡି ବସ୍ ଦୁର୍ଘଟଣା ମାମଲାରେ OSRTC ଡ୍ରାଇଭରକୁ ଭୁବନେଶ୍ୱରରୁ ଉଠାଇନେଇଛି ପୁଲିସ।

ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଡ୍ରାଇଭର ଥିଲା। ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଇଛି ଦିଗପହଣ୍ଡି ପୁଲିସ।

ଦିଗପହଣ୍ଡି ଦୁର୍ଘଟଣା: ଗଭୀର ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି।

ଦିଗପହଣ୍ଡି ଦୁର୍ଘଟଣା: ଘରୋଇ ବସ୍‌ର ନଥିଲା ପରମିଟ୍ କି ଇନ୍‌ସୁରାନ୍ସ

ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ଏହି ସୂଚନା ଦେଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ଫିଟ୍‌ନେସ୍‌ ଥିଲା, ତେବେ ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା, ଘଟଣା ପାଇଁ ବସ୍‌ ମାଲିକ ହିଁ ଦାୟୀ, କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଆର୍‌ଟିଓ।

ଦିଗପହଣ୍ଡି ଦୁର୍ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରତି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: ୧୨ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି ।

ଏକ ବିବାହ ଉତ୍ସବ ସାରି ଫେରୁଥିବା ଘରୋଇ ବସ୍, OSRTC ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଏବଂ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଲଙ୍କାଗୁଣ୍ଡ ପକାଇ ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆପଦର ସର୍ଭିସ ରୋଡରେ ଲୁଟ ହୋଇଛି।

ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡାଇ ନେଇଛନ୍ତି।ବାଇକରେ ଆସି ୩ ଜଣ ଯୁବକ ଲୁଟିଥିବା ଥାନାରେ ଅଭିଯୋଗ କରିଛନ୍ତି।

Nuakhai wishes